Advertisement
Categories: ଖେଳ

ଭାରତରେ ହେବ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୦ା୩: ଖୁସି ଖବର। ଭାରତ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌ର ୧୧ଶ ସଂସ୍କରଣର ଆୟୋଜକ ହୋଇଛି। ଏହି ଇଭେଣ୍ଟ ଅହମ୍ମଦାବାଦସ୍ଥିତ ନାରଣପୁର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅକ୍ଟୋବର ୧ରୁ ୧୫ ପର୍ଯ୍ୟନ୍ତ ହେବ। ଜାତୀୟ ମହାସଂଘ ତରଫରୁ ଗୁରୁବାର ଏହା ଘୋଷଣା କରାଯାଇଛି।

ଦେଶରେ ପ୍ରଥମ ଥର ଆୟୋଜନ ହେବାକୁ ଯାଉଥିବା ଏହି ମହାଦେଶୀୟ ଇଭେଣ୍ଟରେ ଜାପାନ ଓ କୋରିଆର ସନ୍ତରଣକାରୀମାନେ ଅଂଶଗ୍ରହଣ କରିବେ ବୋଲି ଭାରତ ସନ୍ତରଣ ମହାସଂଘ ସାଧାରଶ ସମ୍ପାଦକ ମୋନାଲ ଚୋସ୍କି ପ୍ରକାଶ କରିଛନ୍ତି।

ଭାରତ ୨୦୧୯ରେ ଶେଷଥର ପାଇଁ ଏକ ଇଣ୍ଟରନ୍ୟାଶନାଲ ସୁଇମିଂ ଇଭେଣ୍ଟ (୧୦ମ ଏସିଆନ୍‌ ଏଜ୍‌ ଚାମ୍ପିୟନଶିପ୍‌) ଆୟୋଜନ କରିଥିଲା। ଚାମ୍ପିୟନଶିପ୍‌ରେ ସୁଇମିଂ, ଡ୍ରାଇଭିଂ, ଆର୍ଟିଷ୍ଟିକ୍‌ ସୁଇମିଂ ଓ ଓ୍ବାଟର ପୋଲୋ ଆଦି ଇଭେଣ୍ଟ ସ୍ଥାନ ପାଇବ।

ଭାରତର ୨୦୩୬ ଅଲିମ୍ପିକ ବିଡ୍‌ ପାଇଁ ଅହମ୍ମଦାବାଦକୁ ମୁଖ୍ୟ କେନ୍ଦ୍ରସ୍ଥଳ ଭାବେ ପ୍ରତିପାଦନ କରାଯାଉଛି।ଏସିଆନ ଚାମ୍ପିୟନଶିପ୍‌ ପାଇଁ ଜାତୀୟ ଜୁନିୟର ଚାମ୍ପିୟନଶିପ୍‌କୁ ଏକ ଟେଷ୍ଟ ଇଭେଣ୍ଟ ଭଳି ମନେକରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel