ନାଗପୁରରେ ଏସିଆର ସର୍ବବୃହତ୍‌ କମଳା ପ୍ରକ୍ରିୟାକରଣ ପ୍ଲାଣ୍ଟ- ବାଲକ୍ରିଷ୍ଣା

ନୂଆଦିଲ୍ଲୀ,୮।୩ (ଅଭୟ ଦାଶ): ପତଞ୍ଜଳିର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ନାଗପୁର ମିହାନ୍‌ (ନାଗପୁରରେ ମଲ୍ଟି-ମୋଡାଲ୍‌ ଇଣ୍ଟରନ୍ୟାଶନାଲ କାର୍ଗୋ ହବ୍‌ ଏବଂ ବିମାନବନ୍ଦର) ଅଞ୍ଚଳରେ ପତଞ୍ଜଳି ମେଗା ଫୁଡ୍‌ ଆଣ୍ଡ୍‌ ହର୍ବାଲ୍‌ ପାର୍କ ୨୦୨୫ ମାର୍ଚ୍ଚ ୯ ରେ ଉଦ୍‌ଘାଟନ ହେବା କାର୍ଯ୍ୟକ୍ରମ ରହିଛି। ଏପରିକି ପତଞ୍ଜଳିର ଏହି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ମିହାନ୍‌ରେ ସ୍ଥାପନ ପାଇଁ ୨୦୧୬ ସେପ୍ଟମ୍ବରରେ ଭୂମି ପୂଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପତଞ୍ଜଳି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ ନାଗପୁରର ମିହାନ୍‌ଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର ଏମ୍‌ଡି ଆଚାର୍ଯ୍ୟ ବାଲକ୍ରିଷ୍ଣା ଯୋଗଦେଇ ପାର୍କ ଉଦ୍‌ଘାଟନ ଓ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏପରିକି ନାଗପୁରର ମିହାନ୍‌ଠାରେ ପତଞ୍ଜଳି ଦ୍ୱାରା ପ୍ରତିଷ୍ଠିତ ‘ପତଞ୍ଜଳି ମେଗା ଫୁଡ୍‌ ଆଣ୍ଡ୍‌ ହର୍ବାଲ ପାର୍କ’ରେ ଏସିଆର ସର୍ବବୃହତ୍‌ କମଳା ପ୍ରକ୍ରିୟାକରଣ ପ୍ଲାଣ୍ଟ ରହିବ ବୋଲି ଆଚାର୍ଯ୍ୟ କହିଛନ୍ତି। ଏହି ପ୍ଲାଣ୍ଟ ଖାଦ୍ୟ ପ୍ରକ୍ରିୟାକରଣର ଏକ ସିଙ୍ଗଲ ପଏଣ୍ଟ ଏବଂ ଏସିଆର ସର୍ବବୃହତ୍‌ ୟୁନିଟ ହେବ। ଏହାକୁ ପ୍ରତିଷ୍ଠା କରି ଆମେ ଗର୍ବିତ ଅନୁଭବ କରୁଛୁ, ଯଦିଓ ଏହି ପ୍ଲାଣ୍ଟ ଆରମ୍ଭ କରିବାରେ ଅନେକ ବାଧା ଆସିଥିଲା, ମଝିରେ କରୋନା ସମୟ ମଧ୍ୟ ଆସିଥିଲା, କିନ୍ତୁ ଶେଷରେ ସେହି ଦିନ ଆସିଗଲା ଯାହାକୁ ଅଞ୍ଚଳର ଚାଷୀମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। ଆଚାର୍ଯ୍ୟ କହିଛନ୍ତି, ଏହି ପ୍ଲାଣ୍ଟକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ୨୦୨୫ ମାର୍ଚ୍ଚ୯ରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ସେ କହିଥିଲେ, ବିଦର୍ଭର ନାମ ନେବା ମାତ୍ରେ ଏଠାରେ କୃଷକମାନଙ୍କ ଆତ୍ମହତ୍ୟା ଏବଂ ନିର୍ଯାତିତ ଏବଂ ଦୁଃଖୀ ଚାଷୀଙ୍କ ଚିତ୍ର ଆପେ ଆପେ ପ୍ରକାଶିତ ହୋଇଯାଏ। ଆମର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଚିତ୍ର ବଦଳାଇବାର କାମ ଖୁବ୍‌ଶୀଘ୍ର ମିହାନ୍‌ର ଏହି କମଳା ପ୍ରକ୍ରିୟାକରଣ ପ୍ଲାଣ୍ଟ ଦ୍ୱାରା କରାଯିବ। ଏଥିରେ ଆମକୁ ଆପଣଙ୍କ ସମର୍ଥନ ଏବଂ ସହଯୋଗ ଆବଶ୍ୟକ ରହିଛି। ଆମେ ଏହି ସମଗ୍ର ଅଞ୍ଚଳ, କୃଷକ ଏବଂ କୃଷି ବ୍ୟବସ୍ଥାର ଭୟଙ୍କର ଅବସ୍ଥାକୁ ବଦଳାଇ ଦେବୁ। ଏହା ଆମର ସଂକଳ୍ପ। ସେହିପରି ଆଚାର୍ଯ୍ୟ କହିଥିଲେ, ଉକ୍ତ ପ୍ଲାଣ୍ଟର ପ୍ରକ୍ରିୟାକରଣ କ୍ଷମତା ପ୍ରତିଦିନ ୮୦୦ ଟନ ରହିବ। ଯେଉଁଥିରେ ଏ ଗ୍ରେଡ୍‌ ବ୍ୟତୀତ, ଆମେ ବି ଏବଂ ସି ଗ୍ରେଡ୍‌ କମଳା, ଅକାଳରେ ପାଚିଥିବା ଉତ୍ପାଦନ ଏବଂ ଝଡ଼ ଯୋଗୁ ପଡ଼ିଯାଇଥିବା କମଳାକୁ ମଧ୍ୟ ପ୍ରକ୍ରିୟାକରଣ କରୁ। ଆମର କାରଖାନା ଶୂନ୍ୟ ଅପଚୟ ପ୍ରଣାଳୀରେ କାମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image