Posted inଖେଳ

ଏସିଆର ସର୍ବପୁରାତନ ଡୁରାଣ୍ଡ କପ୍‌

ଗୁରୁବାରଠାରୁ କୋଲକାତାରେ ଆରମ୍ଭ ହେବ ଡୁରାଣ୍ଡ କପ୍‌ର ୧୩୨ତମ ସଂସ୍କରଣ। ଏସିଆର ଏହା ହେଉଛି ସର୍ବପୁରାତନ ଏବଂ ବିଶ୍ୱର ତୃତୀୟ ସର୍ବପୁରାତନ କ୍ଲବ ଫୁଟ୍‌୍‌ବଲ ଟୁର୍ନାମେଣ୍ଟ, ଏକଥା ହୁଏତ ଖୁବ୍‌କମ୍‌ ଜାଣିଥିବେ। ଏହି ଚାମ୍ପିୟନଶିପ୍‌ ସହ ଭାରତୀୟ ଫୁଟବଲ ସିଜନର ଆରମ୍ଭ ହୁଏ ବୋଲି ବିବେଚନା କରାଯାଇଥାଏ। ଏଥିରେ ଜାତୀୟ କ୍ଲବ, ଭାରତୀୟ ସେନାର ବିଭିନ୍ନ ବିଭାଗ କିମ୍ବା ଆମନ୍ତ୍ରିତ ବିଦେଶୀ ଦଳ ଭାଗ ନେଇଥାନ୍ତି। ଫେଡେରେଶନ କପ୍‌ ଆରମ୍ଭ ହେବାପରଠାରୁ କହିବା ବାହୁଲ୍ୟ ଡୁରାଣ୍ଡ କପ୍‌ ଏକ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ପରିଣତ ହୋଇଯାଇଥିଲା। କାରଣ ଏଥିରେ କେବଳ ଆମନ୍ତ୍ରିତ ଦଳଗୁଡ଼ିକ ଭାଗ ନେଉଥିଲେ। ୨୦୨୨ରୁ ଏଥିରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଆଇ-ଲିଗ୍‌ ଦଳଗୁଡ଼ିକ ଭାଗ ନେଉଛନ୍ତି। ଏବର୍ଷ ଦୀର୍ଘ ୨୭ବର୍ଷ ପରେ ଟୁର୍ନାମେଣ୍ଟକୁ ବିଦେଶୀ ଦଳ ଫେରିଛନ୍ତି। ୨୦୨୩ ସଂସ୍କରଣରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରୁଛନ୍ତି। ତନ୍ମଧ୍ୟରେ ନେପାଳ, ଭୁଟାନ ଓ ବାଂଲାଦେଶର ଦଳ ରହିଛନ୍ତି। ଫଳରେ ଟୁର୍ନାମେଣ୍ଟର ଗୁରୁତ୍ୱ ବଢିଛି। ଓଡ଼ିଶା ଏଫ୍‌ସି ଦ୍ୱିତୀୟ ଥର ପାଇଁ ଭାଗ ନେଉଛି। ଗତଥର ଏହି ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲା। ଇଣ୍ଡିଆନ ଆର୍ମଡ ଫୋର୍ସ ଦ୍ୱାରା ଆୟୋଜିତ ହୋଇ ଆସୁଥିବା ଡୁରାଣ୍ଡ କପ୍‌ ବର୍ଷ ବର୍ଷ ଧରି ଦେଶ ପାଇଁ ନୂଆ ନୂଆ ଫୁଟ୍‌୍‌ବଲ ପ୍ରତିଭା ସୃଷ୍ଟି କରି ଆସୁଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣ ୧୮୮୮ରେ ଶିମ୍‌ଲାଠାରେ ଆୟୋଜିତ ହୋଇଥିଲା। ଏହା ଆର୍ମି କପ୍‌ ନାମରେ ପରିଚିତ ଥିଲା। ସେତେବେଳେ ଏଥିରେ କେବଳ ଭାରତର ବ୍ରିଟିଶ ଇଣ୍ଡିଆନ ଆର୍ମି ଟ୍ରୁପ୍‌ଗୁଡ଼ିକ ଭାଗ ନେଉଥିଲେ। ଟୁର୍ନାମେଣ୍ଟର ଏକ ଅଜବ ପ୍ରଥା ରହିଛି। ବିଜୟୀ ଦଳକୁ ୩ଟି ଟ୍ରଫି ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଲା ଡୁରାଣ୍ଡ କପ୍‌ (ଏକ ରୋଲିଂ ଟ୍ରଫି ଏବଂ ପୁରସ୍କାର ରାଶି), ଶିମ୍‌ଲା ଟ୍ରଫି (ଏକ ରୋଲିଂ ଟ୍ରଫି, ଯାହାକି ୧୯୦୪ରେ ପ୍ରଥମ ଥର ଶିମ୍‌ଲା ବାସିନ୍ଦାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା) ଏବଂ ପ୍ରେସିଡେଣ୍ଟ୍ସ କପ୍‌ (୧୯୫୬ରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ପରେ ଏହାର ଭେନ୍ୟୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା। ୧୮୮୪ରୁ ୧୯୯୪ ପର୍ଯ୍ୟନ୍ତ ଭାରତର ବୈଦେଶିକ ସଚିବ ଥିବା ସାର୍‌ ହେନ୍‌ରୀ ମର୍ଟିମର ଡୁରାଣ୍ଡଙ୍କ ନାମରେ ଟୁର୍ନାମେଣ୍ଟର ନାମକରଣ କରାଯାଇଛି। ଉତ୍ତର ଭାରତ ଅନ୍ତର୍ଗତ ଶିମ୍‌ଲାରେ ସାର୍‌ ହେନ୍‌ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ କ୍ରୀଡ଼ାର ଗୁରୁତ୍ୱ ବିଷୟରେ ସଚେତନ ହୋଇଥିଲେ ଏବଂ ଭାରତରେ ଖେଳକୁ ସେ ଉତ୍ସାହିତ କରି ଏକ ପୁରସ୍କାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସମ୍ମାନାର୍ଥେ ଟୁର୍ନାମେଣ୍ଟର ନାମ ଡୁରାଣ୍ଡ କପ୍‌ ରଖାଯାଇଛି। ପ୍ରଥମାବସ୍ଥାରେ ଆର୍ମଡ ଫୋର୍ସ ଅଫ୍‌ ଇଣ୍ଡିଆର ବିଭିନ୍ନ ଡିପାର୍ଟମେଣ୍ଟ ଓ ରେଜିମେଣ୍ଟ ଦଳକୁ ନେଇ ଏହି ଫୁଟବଲ ପ୍ରତିଯୋଗିତା ହେଉଥିଲା। ସ୍ବାଧୀନତା ପରେ ଇଣ୍ଡିଆନ ଆର୍ମଡ ଫୋର୍ସର ଉପସ୍ଥିତିକୁ ବଜାୟ ରଖିବାକୁ ଯାଇ ଆମନ୍ତ୍ରିତ ଦଳ ଭାବେ ଭାରତୀୟ ପଦାତିକ ବାହିନୀର ବିଭିନ୍ନ ରେଜିମେଣ୍ଟର କ୍ଲବଗୁଡ଼ିକ ଭାଗ ନେଇ ଆସୁଛନ୍ତି। ସଦ୍ୟତମ ଆର୍ମି ଟିମ୍‌ ଭାବେ ଆର୍ମି ଗ୍ରୀନ ୨୦୧୬ରେ ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲା। ବେଙ୍ଗାଲୁରୁ ଏଫ୍‌ସି ହେଉଛି ଗତଥର ଡୁରାଣ୍ଡ କପ୍‌ ବିଜେତା। ସବୁଠାରୁ ଅଧିକ ୧୬ଥର ଲେଖାଏଁ ଟାଇଟଲ ଜିତିଥିବା ଦୁଇ ଦଳ ହେଲେ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ।
-ପ୍ରସ୍ତୁତି: ବିଜୟ ରଣା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri