ଜୁନାଗଡ଼ ହୋଟେଲରେ ଆତଙ୍କ ଖେଳାଇଲା ସିଂହ

ଜୁନାଗଡ଼, ୧୦ା୨- ଗତବର୍ଷ ଉଦ୍‌ଘାଟିତ ହୋଇଥିବା ସରୋଭର ପୋର୍ଟିକୋ ହୋଟେଲରେ ସୋମବାର ପହଞ୍ଚିଥିଲା ଜଣେ ଅସଧାରଣ ଅତିଥି ଏସିଆଟିକ୍‌ ସିଂହ। ଜଙ୍ଗଲର ରାଜକୁ ହୋଟେଲରେ ଦେଖି ଆତଙ୍କିତ ହୋଇପଡ଼ିଥିଲେ କର୍ମଚାରୀ।

ଭୋର ୫.୦୪ଟାରେ ହୋଟେଲର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିଥିଲା ସିଂହ। ଗେଟ୍‌କିପର ନିଜ କେବିନ ଭିତରେ ଥିବାରୁ ଜଙ୍ଗଲ ରାଜାଙ୍କ ନଜର ତା ଉପରେ ପଡ଼ି ନ ଥିଲା। ସିଂହଟି ହୋଟେଲର ପାର୍କିଂ ଅଞ୍ଚଳ ଆଡ଼େ ଯାଇଥିଲା। ଏ ସମ୍ପର୍କରେ ତୁରନ୍ତ ହୋଟେଲ ଷ୍ଟାଫଙ୍କୁ ଇଣ୍ଟରକମ୍‌ ଜରିଆରେ ସୂଚନା ଦେଇଥିଲେ ଗେଟ୍‌କିପର। କିନ୍ତୁ ଗୋଟେ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ସିଂହଟି ଚାଲିଯାଇଥିଲା ତା’ର ରାଜ୍ୟ ଅର୍ଥାତ ନିକଟସ୍ଥ ଗିର୍ନାର ଜଙ୍ଗଲକୁ। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣାର ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share