ନଓ୍ବାଜଙ୍କୁ ଭେଟିବେ ଆସିଫ ଜରଦାରୀ…

ଇସଲାମାବାଦ,୨୩।୭ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଲଣ୍ଡନରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫଙ୍କୁ ଭେଟିବେ। ଏଆରଓ୍ବାଇ ନ୍ୟୁଜରୁ ଏହି ସୂଚନା ମିଳିଛି ।

ପିପିପି ସୂତ୍ର ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ଖୁବ ଶୀଘ୍ର ଦୁଇ ଦିନିଆ ଗସ୍ତରେ ଦୁବାଇରୁ ଲଣ୍ଡନ ଯିବେ କିନ୍ତୁ ଏହି ଗସ୍ତ ଆହୁରି ବଢ଼଼ାଯାଇପାରେ। ସୂତ୍ରରୁ ପ୍ରକାଶ ଏହା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ପ୍ରାରମ୍ଭିକ ବୈଠକ।

ଗତ ସପ୍ତାହରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏବଂ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଥିଲା ପ୍ରଧାନମନ୍ତ୍ରୀ ଦୁଇ ନେତାଙ୍କ ଆଗମନକୁ ସ୍ବାଗତ କରିଛନ୍ତି। ଏହି ବୈଠକରେ ସେମାନେ ଦେଶର ସାମଗ୍ରିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

ସରିଫ ପରିବାର ମୁଖପାତ୍ର ମହମ୍ମଦ ଜୁବେରଙ୍କ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ ନେତା ନୱାଜ ସରିଫ ସାଉଦି ଆରବରୁ ଲଣ୍ଡନ ଯିବେ ଏବଂ ମରିୟମ ନୱାଜ କିଛି ଦିନ ପରେ ପାକିସ୍ତାନ ଫେରିବେ। ନୱାଜ ଲଣ୍ଡନକୁ ଫେରିବେ, ଯେଉଁଠାରେ ସେ ଚିକିତ୍ସା ପାଇଁ ୨୦୧୯ ଠାରୁ ରହୁଛନ୍ତି।

Share