ଆସିକାର ବିକାଶ ଶୀର୍ଷ ଛୁଇଁବ: ମଞ୍ଜୁଳା

ଆସିକା/ବ୍ରହ୍ମପୁର,୧୯ା୫(ସୁରେନ୍ଦ୍ରନାଥ ସାହୁ/ଅଶୋକ କୁମାର ସାହୁ):ଆସନ୍ତା ୨୦ ତାରିଖରେ ଆସିକା ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଆସିକା ବିଧାନସଭା କ୍ଷେତ୍ରରେ ୬ ବିଧାୟକ ପ୍ରାର୍ଥୀ ଲଢ଼ୁଛନ୍ତି। ବିଜେଡି ପୁରୁଣା ମୁହଁ ମଞ୍ଜୁଳା ସ୍ବାଇଁଙ୍କ ଉପରେ ଭରସା କରିଥିବା ବେଳେ ଭାଜପା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଟିକଟ ଦେଇଛି। କଂଗ୍ରେସ ନୂଆ ମୁହଁ ସୁରଭି ବିଷୋୟୀଙ୍କ ଉପରେ ମୋହର ମାରିଛି। ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଥିଲେ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଅନୁମାନ କରାଯାଉଛି। ତେବେ ଅଞ୍ଚଳର ବିକାଶ ଓ ସମସ୍ୟାକୁ ନେଇ ‘ଧରିତ୍ରୀ’ ପକ୍ଷରୁ ବିଜେଡି ବିଧାୟିକା ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କୁ ସାକ୍ଷାତ କରିବାରୁ ସେ କେତେକ କଥା ଉପସ୍ଥାପନା କରିଛନ୍ତି।

ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ?
ଉ: ଗତଥର ଯାହା ପ୍ରସଙ୍ଗ ଥିଲା ସବୁ ପୂରଣ ହୋଇଛି। ଯାହା ବାକିରହିଛି ତାହାକୁ ପୂରଣ କରାଯିବ। ସମସ୍ୟା ଯଦିଓ ରହିଛି, ତାହାକୁ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ବିକାଶର ଗ୍ୟାରେଣ୍ଟି ଯାହା ରହିଛି ତାହାକୁ ନେଇ ଲୋକଙ୍କ ନିକଟତର ହେବାକୁ ପଡୁଛି। ଆସିକା ଅନେକ କ୍ଷେତ୍ରରେ ବିକାଶ କରିଛି । ରାଜ୍ୟରେ ଆସିକାର ବିକାଶ ଯେଭଳି ଶୀର୍ଷ ଛୁଇଁବ ତାହା ହିଁ ଏହି ନିର୍ବାଚନ ପ୍ରସଙ୍ଗ ରହିଛି।

ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବେ?
ଉ: ଭୋଟରଙ୍କୁ ନିଜ ସପକ୍ଷରେ କହିବାର କିଛି ନାହିଁ। କାରଣ ମୋତେ ଓ ମୋର କାର୍ଯ୍ୟ ବିଷୟରେ ଭୋଟର ଭଲ ଭାବେ ଅବଗତ ଅଛନ୍ତି। ମୁଁ ଗତଥର ବିଧାୟିକା ଥିବାବେଳେ ଲୋକେ ବିଶ୍ୱାସ ରଖି ମୋତେ ଜିତାଇଥିଲେ। ଲୋକେ ଯାହା ଚାହିଁଥିଲେ ତାହା କରିଛି। ଅନେକ ଧର୍ମାନୁଷ୍ଠାନ ଓ ହାଇସ୍କୁଲ, କଲେଜର ରୂପାନ୍ତରଣ ହୋଇଛି। ଆସିକା ଉପଖଣ୍ଡ ଡାକ୍ତରଖାନାର ରୂପାନ୍ତରଣ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଅନୁଦାନ ବି ମଞ୍ଜୁର ହୋଇଛି। ମୋ ସମୟରେ ଆସିକା ଏନ୍‌ଏସି ମ୍ୟୁନିସିପାଲିଟିରେ ପରଣିତ ହୋଇଛି। ଆସିକାର ଯାହା ବିକାଶ କରିଛି ତାହା ହିଁ ମୋ ସପକ୍ଷରେ ଯିବ। ଲୋକଙ୍କ ସୁଖଦୁଃଖର ସାଥି ହୋଇଛି। ବଞ୍ଚତ୍ଥିବା ପର୍ଯ୍ୟନ୍ତ ଏହି ଧାରା ଜାରିରହିବ, ଏଥିରେ ସନ୍ଦେହ ନାହିଁ ।

ମତଦାତାଙ୍କ ନିକଟରେ ଆପଣ କ’ଣ ପ୍ରତିଶ୍ରୁତି ରଖିଛନ୍ତି?
ଉ: ଯାହା ପ୍ରତିଶ୍ରୁତି ରଖିଥିଲି ତାହା କରି ଦେଖାଇଛି। ବର୍ତ୍ତମାନ ଆସିକାରେ ଏକ ଅଡିଟୋରିୟମ ହେବ। ସହରାଞ୍ଚଳର ସେଟଲମେଣ୍ଟ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଏଥିସହିତ ଋଷିକୁଲ୍ୟା ଓ ବଡ଼ନଦୀର ସଙ୍ଗମସ୍ଥଳ ଏକ ତୀର୍ଥକ୍ଷେତ୍ର ରୂପେ ରାଜ୍ୟରେ ବିବେଚିତ ହୋଇଛି। ଏଠାକୁ ହଜାର ହଜାର ଲୋକ ବୁଡ଼ ପକାଇବାକୁ ଆସୁଛନ୍ତି। ତେଣୁ ଏହି ସ୍ଥଳକୁ ସୌନ୍ଦର୍ଯ୍ୟକରଣ କରାଯିବ। ଦାଦନ ସମସ୍ୟାକୁ ଗୁରୁତ୍ୱ ଦିଆଯାଇ ଯୁବପିଢ଼ି ଓ ମହିଳାଙ୍କୁ କିଭଳି ସଶକ୍ତ କରାଯିବ ତାହାକୁ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ଯାହା ସମସ୍ୟା ରହିଛି ଲୋକଙ୍କୁ ପଚାରି ସମାଧାନ କରାଯିବ ବୋଲି ମୋର ଭୋଟରଙ୍କ ନିକଟରେ ପ୍ରତିଶ୍ରୁତି ରହିଛି।

ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଉ: ମୋତେ କାହିଁକି ଭୋଟର ସମର୍ଥନ କରିବେ ତାହା ଭୋଟର ଗତ ୫ବର୍ଷ ତଳୁ ଜାଣି ସାରିଛନ୍ତି । ମୋ ସମୟର ବିକାଶ ଭୋଟରଙ୍କ ମନରେ ଛାପ ସୃଷ୍ଟିକରିଛି। ଆସିକା କ’ଣ ଥିଲା ଏବେ କ’ଣ ହୋଇଛି ତାହା ସମସ୍ତେ ଦେଖିଛନ୍ତି । ଆଗକୁ କ’ଣ ହେବ ତାହା ବି ଭୋଟର ଦେଖିବେ। ଯିଏ ଯେତେବେଳେ ସମସ୍ୟାଗ୍ରସ୍ତ ହୋଇଛନ୍ତି ସେତେବେଳେ ମୁଁ ଯାଇ ଠିଆହୋଇଛି। ତାଙ୍କ ସମସ୍ୟା ସମାଧାନ କରିଛି। ପାନୀୟଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି ସବୁ ସମସ୍ୟା ସମାଧାନ କରାଯାଇଛି । ତେଣୁ ନିଶ୍ଚିତ ଭାବେ ଲୋକେ ସମର୍ଥନ କରିବେ ବୋଲି ମୁଁ ଭାବୁଛି।

ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ଉ: ଲୋକଙ୍କ ସମସ୍ୟା ସମାଧାନ, ଲୋକେ କିଭଳି ଭଲରେ ରହିବେ ଏବଂ ଅଞ୍ଚଳର ବିକାଶ ପାଇଁ ଲଢ଼ୁଛି। ଏଠି ପ୍ରତିଦ୍ୱନ୍ଦ୍ୱିତାର ପ୍ରଶ୍ନ ଆସିଲା କେଉଁଠୁ? ମୁଁ କାହାକୁ ବିରୋଧ କରୁନାହିଁ। ଲୋକେ ମୋତେ ସମର୍ଥନ କରୁଛନ୍ତି। ମୁଁ ଲୋକଙ୍କ ସହିତ ରହିଛି। ଏହି ନିର୍ବାଚନ ଲୋକଙ୍କର। ତେଣୁ ମୋର ସେଭଳି କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri