Categories: ଖେଳ

ପୂର୍ବତନ ପାକିସ୍ତାନ କ୍ରିକେଟରଙ୍କ ବଡ଼ ଖୁଲାସା: ଅବସର ପରେ କୋକେନ ଜାଲରେ ଫସିଥିଲି…

ଲାହୋର,୩୦।୧୦:ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକ୍ରମ ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ। ଏବେ ସେ ଏକ ବଡ଼ ଖୁଲାସା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ଡ୍ରଗ୍ସର ଜାଲରେ ଫସିଯାଇଥିଲେ। ୨୦୦୯ରେ ପ୍ରଥମ ସ୍ତ୍ରୀ ହୁମାଙ୍କ ମୃତ୍ୟୁ ପରେ ଏହି ଅଭ୍ୟାସ ଛାଡ଼ିଥିଲେ।

ଦ ଟାଇମ୍ସ ଦ୍ୱାରା ପ୍ରକାଶିତ ଓ୍ବାସିମଙ୍କ ଆତ୍ମଜୀବନୀ ‘ସୁଲ୍‌ତାନ: ଏ ମେମୋୟାର’ରେ ଅକ୍ରମ କହିଛନ୍ତି, ମୋତେ ପାର୍ଟି କରିବାକୁ ଭଲ ଲାଗୁଥିଲା। ଏସବୁ ମୋ ଉପରେ ପ୍ରଭାବ ପକାଇଥିଲି। ଦିନ ଏମିତି ହୋଇଥିଲା ମୁଁ କୋକେନର ମାତ୍ରାଧିକ ସେବନ କରୁଥିଲି। ଇଂଲଣ୍ଡରେ ଏକ ପାର୍ଟିରେ ମୋତେ ଏହା ପ୍ରଥମ ଥର ପାଇଁ ଖାଇବାର ସୁଯୋଗ ମିଳିଥିଲା। ପରେ ଏହାର ଜାଲରେ ଫସିଯାଇଥିଲି। ସ୍ତ୍ରୀ ମୋତେ ନିଶା ସେବନ କରୁଥିବାର ଧରି ନେଇଥିଲେ। ଡାକ୍ତରଙ୍କ ସହାୟତା ନେଇ ଠକି ଯାଇଥିଲି। ପରିସ୍ଥିତି ଏପରି ହୋଇଥିଲା ଯେ ହୁମାଙ୍କ ଠାରୁ ଛାଡ଼ପତ୍ର ନେଇଥାନ୍ତି। ହେଲେ ୨୦୦୯ରେ ଏକ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ପ୍ରୟାସ ଯୋଗୁ ମୁଁ ନିଶା କବଳରୁ ମୁକ୍ତ ହୋଇଥିଲି। ସେ ଜୀବନର ଅନ୍ତ କରି ମୁଁ ଆଗକୁ ବଢ଼ିଥିଲି।

ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଅକ୍‌ରମ ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କର ୩ ସନ୍ତାନ ରହିଛି। ପ୍ରଥମ ବିବାହରୁ ଦୁଇ ପୁଅ ଏବଂ ଦ୍ୱିତୀୟରୁ ଜଣେ ଝିଅ ରହିଛନ୍ତି। ନିଜ ସନ୍ତାନଙ୍କ ଲାଗି ବହି ଲେଖିଥିବା ସେ କହିଛନ୍ତି।

Share