ଅସୀମ ମୁନିର ପାକିସ୍ତାନର ପରବର୍ତ୍ତୀ ସେନା ମୁଖ୍ୟ

ଇସଲାମାବାଦ,୨୪।୧୧: ପାକିସ୍ତାନ ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରାଯାଇଛି। ଜେନେରାଲ ଅସୀମ ମୁନିର୍‌ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ ଶରିଫ ତାଙ୍କ ନାମ ଘୋଷଣା କରିଛନ୍ତି। ଫଳରେ ମୁନିର ଜେନେରାଲ ବାଜୱାଙ୍କ ସ୍ଥାନ ନେବେ। ଜେନେରାଲ ମୁନିରଙ୍କୁ ଗୁପ୍ତଚର ଏଜେନ୍ସି ଆଇଏସଆଇର ଏକ ବଡ଼ ନାମ ଭାବେ ବିବେଚନା କରାଯାଏ। ଏହାସହ ସେ ପାକିସ୍ତାନୀ ସେନାରୁ ସବୁଠୁ ବରିଷ୍ଠ ଅଧିକାରୀ। ସେ ୨୦୨୭ରେ ଡିଜି ମିଲିଟାରୀ ଇଣ୍ଟେଲିଜେନ୍ସ ରହିସାରିଛନ୍ତି। ୨୦୧୮ରେ ସେ ୮ ମାସ ପାଇଁ ଆଇଏସଆଇର ମୁଖ୍ୟ ରହିସାରିଛନ୍ତି।

Share