ବାଲେଶ୍ୱର ଅଫିସ ୨୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଅଛନ୍ତି। ବାଲେଶର, ଭଦ୍ରକ ଏବଂ ମୟୂରଭଞ୍ଜ ତିନୋଟି ଜିଲାକୁ ନେଇ ବାଲେଶ୍ୱରରେ ସେ ଶିଳ୍ପ ସମୀକ୍ଷା କରୁଛନ୍ତି। ଏହି ଅବସରରେ ତିନୋଟି ଜିଲାରୁ ପ୍ରାୟ ୧୦୦ ଜଣ ଉଦ୍ୟୋଗୀ ଯୋଗ ଦେଇଥିବା ଜଣାପଡ଼ିଛି। ତିନୋଟି ଜିଲାରେ ଶିଳ୍ପକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ତ୍ରିପାଠୀ ସମୀକ୍ଷା କରୁଛନ୍ତି।