‘ଜୱାନ’ର ନୂଆ ପୋଷ୍ଟର ଶେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଲେ କିଙ୍ଗ୍‌ ଖାନ

ମୁମ୍ବାଇ,୧୩।୭: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ର ପ୍ରଭ୍ୟୁ ରିଲିଜ ହୋଇଛି। ଯାହା ପ୍ରଶଂସକଙ୍କ ତରଫରୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳିଛି। ଏହା ସହିତ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍‌ୟରେ ଉତ୍ସାହ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ କିଙ୍ଗ୍‌ ଖାନ ଗୁରୁବାର ଟୁଇଟରେ ତାଙ୍କ ପ୍ରଶଂସକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏଥି ସହିତ, ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର ଶେୟାର କରି ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛନ୍ତି।

ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’କୁ ନେଇ ପ୍ରଶଂସକଙ୍କ କ୍ରେଜ୍‌ ବଢିବାରେ ଲାଗିଛି। ନିକଟରେ ରିଲିଜ ହୋଇଥିବା ଫିଲ୍ମର ପ୍ରିଭ୍ୟୁରେ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି। ଏଥି ସହିତ ପ୍ରଶଂସକଙ୍କ ଏହି ପ୍ରେମ ପାଇଁ କୃତଜ୍ଞତା ଜଣାଇବା ପାଇଁ କିଙ୍ଗ ଖାନ ଆଜି ଟୁଇଟରରେ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍‌ ଦେଇଛନ୍ତି। ‘ଜୱାନ’ର ଏକ ନୂଆ ପୋଷ୍ଟର ଶେୟାର କରି ପ୍ରଶଂସକଙ୍କ ଖୁସିକୁ ଦ୍ୱିଗୁଣିତ କରିଛନ୍ତି।

 

Share