Categories: ଜାତୀୟ

ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡିଲେ ଦିପେନ୍ଦୁ, କହିଲେ ଭାଜପାରେ ଯୋଗଦେବା ଥିଲା ଭୁଲ୍‌ ନିଷ୍ପତ୍ତି…

କୋଲକାତା,୧।୬: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଛାଡ଼ି ବହୁ ନେତା ଭାଜପାରେ ଯୋଗଦେଇଥିଲେ। ଏବେ ନିର୍ବାଚନ ଶେଷ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଗଠନ ହୋଇଛି। ଭାଜପାରେ ଯୋଗଦେଇଥିବା ନେତା ଏବେ ତୃଣମୂଳ କଂଗ୍ରେସ ମୁହାଁ ହୋଇଛନ୍ତି। ଦିପେନ୍ଦୁ ବିଶ୍ୱାସ ଏବେ ଦିଦିଙ୍କ ଶିବିରକୁ ବାହୁଡ଼ି ଆସିବାକୁ ଚାହୁଁଛନ୍ତି। ଭାଜପାରେ ଯୋଗଦେବା ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ତୃଣମୂଳରୁ ଟିକଟ ନ ମିଳିବାରୁ ସେ ଭାଜପାରେ ଯୋଗଦେଇଥିଲେ। ତେବେ ଭାଜପା ଟିକଟରେ ଲଢ଼ି ସେ ପରାଜିତ ହେବା ପରେ ତାଙ୍କର ମୋହଭଙ୍ଗ ହୋଇଥିବା କହିଛନ୍ତି। ଏନେଇ ସେ ମମତା ବାନାର୍ଜୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ନିର୍ବାଚନ ପରେ ଇତିମଧ୍ୟରେ ସୋନାଲୀ ଗୁହା ଏବଂ ସରଲା ମୁର୍ମୁ ତୃଣମୂଳକୁ ବାହୁଡ଼ି ଆସିଛନ୍ତି। ଏବେ ଦିପେନ୍ଦୁ ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡ଼ିଛନ୍ତି।

Share