ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ, ଜିଲାପାଳଙ୍କୁ ନିର୍ଦ୍ଧେଶ

ଭୁବନେଶ୍ୱର,୫।୯: ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ଜିଲାରୁ ଫର୍ମ ପାଇଁ ଟଙ୍କା ମଗାଯାଉଥିବାର ଅଭିଯୋଗ ଆସିବା ପରେ ୭ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗର ଅତିରକ୍ତ ସଚିବ। ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଏବଂ ପୁରୀ ଜିଲାପାଳଙ୍କୁ ଚିଠି ଲେଖାଯାଇଛି।

ଅନ୍ୟପଟେ ସୁଭଦ୍ରା ଯୋଜନା: ଫର୍ମ ନ ଦେବା ଓ ଟଙ୍କା ମାଗିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ୩ ଜଣଙ୍କ ବିରୋଧରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହିତାଧିକାରୀଙ୍କୁ ଫର୍ମ ନ ଦେବା ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ କରାଯାଇଛି। ସେହିଭଳି ଟଙ୍କା ମାଗୁଥିବାରୁ ଡେରାବିଶର ୨ ଜନସେବା କେନ୍ଦ୍ର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠନ ନିଆଯାଇଛି।

Share