ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁମାଡ଼

ନୟାଗଡ଼ ଅଫିସ,୨୯।୯: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ବାବଦ ଅର୍ଥ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଓ ମହିଳାଙ୍କୁ ଅସଦାଚରଣ କରିବା ଜଣେ ଭୂଅର୍ଜନ ଅଧିକାରୀଙ୍କ ପାଇଁ କାଳ ହୋଇଛି । ଏହାର ବିସ୍ଫୋରକ ରୂପ ବୁଧବାର ନୟାଗଡ଼ ଟାଉନ ଥାନା ଅଧୀନ ମିଶ୍ର କଲୋନୀରେ ଦେଖିବାକୁ ମିଳିଛି। ମହିଳାମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀ ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଝାଡ଼ୁରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ ଅଳତା, ସିନ୍ଦୂର, ଶଙ୍ଖା ପିନ୍ଧାଇଛନ୍ତି। ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚତ୍ ଭୂ ଅର୍ଜନ ଅଧିକାରୀଙ୍କୁ ପଚରାଉଚୁରା କରିଥିଲା । ପରେ ଉପଜିଲାପାଳ ଲଗ୍ନଜିତ ରାଉତ ଓ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ପହଞ୍ଚି ସମ୍ପୃକ୍ତ ଅଧିକାରୀଙ୍କୁ ସାଙ୍ଗରେ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ା ଏହି ଘଟଣାରେ ପୋଲିସ ୫ ମହିଳାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଜିଲାରେ କ୍ଷତିଗସ୍ତ ଜମି ମାଲିକଙ୍କୁ ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲାପାଳ, ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏନେଇ ଗତ ଜୁଲାଇ ୨୫ରେ ଆଦିବାସୀ ଓ ଦଳିତମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ସେଦିନ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟିବା ପରେ କାର୍ଯ୍ୟାନୁଷ୍ଠାନ ହେବାର ଆଭାସ ମିଳିଥିଲା। ତେବେ ଥାନାରେ ମାମଲା ରୁଜୁ କରି ଘଟଣାକୁ ଚାପି ଦିଆଯାଇଥିଲା। ନ୍ୟାୟ ନ ପାଇ ମହିଳାମାନେ ବାରମ୍ବାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଯୋଗାଯୋଗ କରୁଥିଲେ। ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ସେ ୫ ହଜାର ଟଙ୍କା ମାଗୁଥିଲେ। ପରେ ମହିଳାମାନଙ୍କୁ ଅସଦାଚରଣ କରିବାକୁ ସେ ପଛାଇ ନ ଥିଲେ। ଏହାକୁ ନେଇ ମହିଳାମାନେ ତାତିଥିଲେ। ବୁଧବାର ଭୂ ଅର୍ଜନ ଅଧିକାରୀ ପ୍ରତିହାରୀ ମଧ୍ୟାହ୍ନ ପ୍ରାୟ ୧୨.୪୦ରେ ଅଫିସକୁ ବାଇକ୍‌ ଯୋଗେ ଆସୁଥିବା ସମୟରେ ମହିଳାମାନେ ମିଶ୍ର କଲୋନୀ ଛକରେ ତାଙ୍କ ଅଟକାଇ ଝାଡ଼ୁରେ ପିଟିବା ସହ ସିନ୍ଦୂର, ଅଳତା ଓ କାଚ ପିନ୍ଧାଇଥିଲେ। ଏ ସଂକ୍ରାନ୍ତରେ ଭୂ ଅର୍ଜନ ଅଧିକାରୀ ପ୍ରତିହାରୀ କୁହନ୍ତି, ମୁଁ ଅଫିସକୁ ଯିବା ସମୟରେ କେତେଜଣ ମହିଳା ମୋତେ ଅଟକାଇ ଗୋଡାଇ ଗୋଡାଇ ପିଟିଲେ। ଏପରି କି ଅଳତା, ସିନ୍ଦୂର, କାଚ ପିନ୍ଧାଇଲେ। ଅଭିଯୋଗକାରୀ ବାଣିଗୋଛା ଥାନା କୁଲୁରୁକୁମ୍ପାର ପୁଷ୍ପାଞ୍ଜଳୀ ମାଝି କୁହନ୍ତି, ମୋତେ ନ୍ୟାୟ ମିଳିଲାନି। ମାମଲା ପରେ ବି ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଗିରଫ କରାଗଲାନାହିଁ। ମୋତେ ଅଶ୍ଲୀଳ ଇଙ୍ଗିତ କରିବା ସହ ସେ ଘରକୁ ଡାକିଥିଲେ। ଏହାର ପ୍ରତିବାଦରେ ଆମେ ସେହି ଅଧିକାରୀଙ୍କୁ ଅଳତା, ସିନ୍ଦୂର ଓ କାଚ ପିନ୍ଧାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image