କଟକ ଅଫିସ,୨୬ା୮- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଶନିବାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ଲିଖିତ ପରୀକ୍ଷା କରାଯିବ। ୩ଟି ସିଟିଂରେ ପରୀକ୍ଷା ଦେବାକୁ ରାଜ୍ୟର ପ୍ରାୟ ୨ ଲକ୍ଷ ୧୮ ହଜାର ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଏଥିପାଇଁ ବିଭିନ୍ନ ଜିଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୪୮୨ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତବର୍ଷ ୫ଟି ଜୋନ୍ ପରିବର୍ତ୍ତେ ପ୍ରାୟ ୨୦ଟି ଜିଲାରେ ଏହି ପରୀକ୍ଷା କରାଯିବ। ପରୀକ୍ଷା ସୁପରିଚାଳନା ପାଇଁ ଓପିଏସ୍ସି ପକ୍ଷରୁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଥିବା ଜଣାପଡିଛି। ଯେଉଁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରୀକ୍ଷା ବ୍ୟବସ୍ଥା ହୋଇଛି, ସେଠାରେ ଶନିବାର ପାଠପଢ଼ା ବନ୍ଦ ରହିବ।