ଲାଞ୍ଚର ପ୍ରମାଣ ଖୋଜିଲା ବିଜେଡି

ଭୁବନେଶ୍ୱର, ୮ା୧୨(ଅନିଲ ଦାସ)ଗତ ସରକାର ସମୟରେ ଏଏସ୍‌ଓ ଚାକିରି ପାଇଁ ହୋଇଥିବା ଲାଞ୍ଚ କାରବାର ଅଭିଯୋଗକୁ ନେଇ ବିଜେଡି ବିଧାନସଭାରେ ଶନିବାର ତୁମ୍ବିତୋଫାନ କରିଛି। ଘଟଣାର ତଦନ୍ତ କରିବା ସହ ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ବୋଲି ଦାବି କରିଛି।  ଅନ୍ୟପକ୍ଷରେ କଂଗ୍ରେସ ଆଦାନୀକୁ  ଜମି ଯୋଗାଇବା ଓ ଲାଞ୍ଚ କାରବାରକୁ ନେଇ ସରକାରଙ୍କୁ ଘେରିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭାର ଦିନ ତମାମ କାର୍ଯ୍ୟକ୍ରମ ବରବାଦ  ହୋଇଯାଇଛି।
  ୧୦ଟା ୩୦ ମିନିଟ୍‌ରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଭାଜପା ସଭ୍ୟ ମାନସ ଦତ୍ତ ପଚାରିଥିବା ବାଲେଶ୍ୱର ରିଂରୋଡ୍‌ ସ୍ଥିତି ସମ୍ପର୍କିତ ପ୍ରଶ୍ନର ଉତ୍ତରଦେବାକୁ ସେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ କହିଥିଲେ। ହଟ୍ଟଗୋଳ ମାଧ୍ୟମରେ ମନ୍ତ୍ରୀ ଉତ୍ତର ପଢ଼ିଥିଲେ। ଏହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ ସାଧନର ନିବାରଣ) ବିଲ୍‌ ଆଲୋଚନା ବେଳେ  ଗତ ସରକାର ସମୟରେ ଏଏସ୍‌ଓ ଚାକିରି ପାଇଁ ଟଙ୍କା କାରବାର ସଂକ୍ରାନ୍ତ ଅଭିଯୋଗକୁ ନେଇ ଆପତ୍ତି ଉଠାଇଥିଲେ। ଫଳରେ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିସହିତ ଏ ସମ୍ବନ୍ଧରେ ସିଏମ୍‌ ବିବୃତି ଆମର ଦାବି କହି ସ୍ଲୋଗାନ ଦେବାରୁ ଗୃହ କମ୍ପି ଉଠିଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବାଚସ୍ପତି ବିଜେଡି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତିଙ୍କୁ ଅଣଦେଖା କରି ବିଜେଡି ସଦସ୍ୟମାନେ ଗୃହରେ ପ୍ରବଳ ହୋହଲ୍ଲା କରିଥିଲେ।  ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।  ୧୧ଟା ୩୦ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା କହିଥିଲେ, ଗତକାଲି ମୁଖ୍ୟମନ୍ତ୍ରୀ ବିଲ୍‌ ଆଲୋଚନା ବେଳେ କହିଥିଲେ ୨୦ରୁ ୩୦ ଲକ୍ଷ ଟଙ୍କାରେ ଏଏସ୍‌ଓ ଚାକିରି ମିଳୁଥିଲା। ତାଙ୍କ ପାଖରେ ପ୍ରମାଣ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ପ୍ରମାଣ ଅଛି ତେବେ ସରକାରଙ୍କ ପାଖରେ ଭିଜିଲାନ୍ସ, ସିବିଆଇ ଏବଂ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ଅଛନ୍ତି। ସରକାର ଏହାର  ତଦନ୍ତ କରନ୍ତୁ।  ୬ ମାସ ହେବ କାହିଁକି ବସିଛନ୍ତି। ଶସ୍ତା ବକ୍ତବ୍ୟ ଦେଲେ ଚଳିବ ନାହିଁ। ଏଭଳି ମନ୍ତବ୍ୟ ଚାକିରି ପାଇଥିବା ମେଧାବୀ ପିଲା ଏବଂ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇବ ବୋଲି ପ୍ରମିଳା କହିଥିଲେ।  ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ଓ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ।
ଅନ୍ୟପକ୍ଷରେ ଭାଜପା ସଭ୍ୟ  ସନ୍ତୋଷ ଖଟୁଆ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଗତ ସରକାର ସମୟରେ ନିଯୁକ୍ତି କ୍ଷେତ୍ରରେ ବହୁ ଅନିୟମିତତା ହୋଇଛି। ଆଗକୁ ଯେପରି ସେଭଳି କିଛି ହେବନାହିଁ ସେ ନେଇ ରାଜ୍ୟ ସରକାର ଆଇନ ଆଣିଛନ୍ତି। ସେମାନେ କହିଦିଅନ୍ତୁ ଆମର ଭୁଲ୍‌ ହୋଇଛି।  ତାଙ୍କ  ବଣିକ ୨୫ ଲକ୍ଷ ନୁହଁ, ୩୦ ଲକ୍ଷ ଟଙ୍କା ନେଉଥିଲେ।  ସତ କହିଦିଅନ୍ତୁ। ପୂର୍ବ ସରକାର ପିଲାମାନଙ୍କ ଭବିଷ୍ୟତକୁ ଧୂଳିସାତ୍‌ କରିଛନ୍ତି। ବିଧାନସଭାରେ ଏହା କଳା ଅକ୍ଷରରେ ଲେଖାଯିବ। ୨୫ ଲକ୍ଷ ଟଙ୍କା ନେବା ସତ ହୋଇ ନ ଥିଲେ ବାଧୁଛି କାହିଁକି ବୋଲି ସେ କହିଛନ୍ତି।
  ସଭ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ପରିସ୍ଥିତି ବଦଳି ଯାଇଥିଲା। ବିଜେଡି ସଦସ୍ୟମାନେ ନିଜ ସିଟ୍‌ରେ ଚୁପ୍‌ଚାପ ବସିଥିବା ବେଳେ କଂଗ୍ରେସ  ଆଦାନୀକୁ ଜମି ଯୋଗାଣ ଓ ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌ କହିଥିଲେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଦାନୀକୁ  ସୁରକ୍ଷା ଦେଉଛନ୍ତି। ଆଦାନୀ ଓଡ଼ିଶାର  ଗନ୍ଧମାର୍ଦ୍ଦନ ପର୍ବତ ପାଖରେ ଜମି କିଣିଲାଣି। ସରକାର ଏହାର ଜବାବ ଦିଅନ୍ତୁ ଦାବି କରି ହଟ୍ଟଗୋଳ କରିଥିଲେ। ହୋହଲ୍ଲା ମଧ୍ୟରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। କଂଗ୍ରେସ ବିଧାୟକମାନେ ଆଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆ ହୋଇ ବ୍ୟାନର ପ୍ରଦର୍ଶନ କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟକୁ ଆଗକୁ ନ ବଢ଼ାଇ ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ, ତାତିକୁ ନେଇ ବି କଲା ସତର୍କ

ନୂଆଦିଲ୍ଲୀ,୧୫।୪: ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ...

ସୁଶାନ୍ତ ମହାପାତ୍ର ହେଲେ ବରଗଡ଼ ଜିଲା ବିଜେଡି ସଭାପତି

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରଗଡ଼ର ଯୁବ ସଂଗଠକ ତଥା ବର୍ତ୍ତମାନର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image