ଦୁବାଇ,୭।୧୧:ଟି-୨୦ ବିଶ୍ୱକପ ୨୦୨୧ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚକୁ ୧୦ ରନରେ ହାରିଥିଲା। ଏହି ପରାଜୟ ସତ୍ତ୍ୱେ ଇଂଲଣ୍ଡ ଦଳ ସେମିଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଓପନିଂ ବ୍ୟାଟ୍ସମ୍ୟାନ ଜେସନ ରଏ ଏହି ମ୍ୟାଚରେ ଆହତ ହୋଇଛନ୍ତି। ଆଘାତ ଯୋଗୁ ରୟ ଏତେ ଯନ୍ତ୍ରଣା ଅନୁଭବ କଲେ ଯେ ସେ ନିଜେ ପଡିଆରେ କାନ୍ଦିବାକୁ ଲାଗିଲେ। ମ୍ୟାଚ ଶେଷ ହେବା ପରେ ସେ ଅନ୍ୟ ସାହାଯ୍ୟରେ ଡ୍ରେସିଂ ରୁମରୁ ବାହାରି ସମସ୍ତ ଖେଳାଳିଙ୍କ ସହ ହାତ ମିଳାଇଥିଲେ। ତାଙ୍କୁ ଆଘାତ ଲାଗିବା ଏବଂ କାନ୍ଦିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରୟଙ୍କ ପୂର୍ବରୁ ଇଂଲଣ୍ଡ ଦ୍ରୁତ ବୋଲର ଟାଇମାଲ ମିଲ୍ସ ଆହତ କାରଣରୁ ସମଗ୍ର ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି। ପରବର୍ତ୍ତୀ ମ୍ୟାଚ ପୂର୍ବରୁ ଯଦି ଜେସନ ରୟ ମଧ୍ୟ ଫିଟ ନ ହେବେ ତେବେ ସେମିଫାଇନାଲରେ ଇଂଲଣ୍ଡ ଏକ ବଡ଼ ଝଟକା ଲାଗିପାରେ।
@MichaelVaughan No yaar ,Jason Roy 😭😭😭.
One more injury for England.
HOPE JASON ROY WILL FINE 🤞.#ENGvSA pic.twitter.com/Yp6RMcXVSa— Sk kajla 🇮🇳 (SuNiL KaJlA) (@Skkajla2) November 6, 2021