ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪।୭: ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଏଏସ୍‌ଓ ଜଣଙ୍କ ହେଉଛନ୍ତି ମୋରା ମାରାଣ୍ଡି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।