କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ମଙ୍ଗଳବାର ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ନାମରେ ମାମଲା(ନଂ.୧୩/୨୨) ରୁଜୁ ହୋଇଥିଲା। ତେବେ ଗିରଫଦାରିକୁ ଏଡାଇବା ପାଇଁ ଦୀପ୍ତିମୟୀ ଗତ ୧୭ ତାରିଖରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବିଚାରପତି ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି କରି ଦୀପ୍ତିମୟୀଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତବେଳେ ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବେ ଓ ପ୍ରମାଣ ନଷ୍ଟ ନ କରିବାକୁ ସାହୁ ସର୍ତ୍ତ ରଖିଛନ୍ତି।