ଅଧା ରହିଲା ଚାକିରି ସ୍ବପ୍ନ: ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଯୁକ୍ତିର ଶାରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଆଶାୟୀ

କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ସୋମବାର କେନ୍ଦୁଝର ସହର ଉପକଣ୍ଠ ନରଣପୁର କାଠ ଡିପୋଠାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ନରଣ ପୁର ଠାରୁ କଦଳିପସୀ ଭାୟା ଖୋଳପା ଦେଇ ଯାଇଥିବା ରାସ୍ତା ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜିଲାପାଳ ଏକ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଶାରୀରିକ ପରୀକ୍ଷା ପାଇଁ ଏହି ରାସ୍ତାରେ ଆଶାୟୀମାନେ ପ୍ରାୟ ୧୨. ୫କିଲୋମିଟର ରାସ୍ତା ଚାଲିବାକୁ ଥିବାବେଳେ ୧୫୦ଜଣ ଆଶାୟୀ ଏଥିରେ ଭାଗ ନେଇଥିଲେ। ତେବେ ସୋମବାର ୨୫ କିମି ଚାଲିବା ପାଇଁ ଅନୁଷ୍ଠିତ ପ୍ରତିଯୋଗିତାରେ ଜଣେ ଆଶାୟୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ନାମ ବ୍ୟୋମକେଶ ନାଏକ। ଘର ହରିଚନ୍ଦନପୁର ବ୍ଲକ ଓସ୍ତପଙ୍ଗା ବୋଲି ଜଣାପଡିଛି। ସେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡିଏଫଓ କେନ୍ଦୁଝର ଧନରାଜ ଏଚଡି ସୂଚନା ଦେଇଛନ୍ତି। ଦୁଇଦିନ ହେଲା ଖରାର ପ୍ରକୋପ ବୃଦ୍ଧି ପାଇଥିବାରୁ ଦୀର୍ଘ ବାଟ ଚାଲିବା କାରଣରୁ ଅସୁସ୍ଥ ହୋଇ ପଡିଥିବା ଏବଂ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କଲା ଆମେରିକା, ଆସନ୍ତାକାଲି ଭାରତରେ ପହଞ୍ଚତ୍ପାରନ୍ତି

ନୂଆଦିଲ୍ଲୀ,୯ା୪: ୨୦୦୮ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତହଉର ହୁସେନ୍‌ ରାଣାଙ୍କ ସବୁ ପ୍ରକାର ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆମେରିକା ତାଙ୍କୁ ଭାରତକୁ...

ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତ୍ୱ ଦିବସ ପାଳିତ

ବାଲିଗୁଡ଼ା,୯।୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ସିଆରପିଏଫ’ର ୧୨୭ ବାଟାଲିୟନ ପକ୍ଷରୁ ସାହସୀ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେଶ୍ୟରେ କ୍ୟାମ୍ପ ପରିସରରେ...

OISF-OSSF ରେ ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପ୍ରାୟ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ ପାଇଁ ଏକ ଯୋଜନା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର...

ସ୍ୱାମୀ ସ୍ତ୍ରୀ କଳହରୁ ଡିନାମାଇଟ ବିସ୍ଫୋରଣ: ଉଡ଼ିଲା ଛାତ ଅଳ୍ପକେ ବର୍ତ୍ତିଲେ ୩ ପରିବାର

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଘରର...

ବେଆଇନ ମହୁଲ ଫୁଲ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଅବକାରୀ ବିଭାଗର ଚାବୁକ

ଦାରିଙ୍ଗବାଡି,୯।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଛୋଟ...

ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ବଲାଙ୍ଗୀର,୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା...

ପୁଣି ପାଣ୍ଡିଆନଙ୍କ ପାଇଁ ଓକିଲାତି କଲେ ନବୀନ, କହିଲେ ‘ତାଙ୍କୁ ବଦନାମ କରିବା ଉଚିତ ନୁହେଁ’

ଭୁବନେଶ୍ୱର,୯।୪: ପୁଣିଥରେ ଭିକେ. ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ। ବୁଧବାର ନବୀନ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରୀୟା ରଖି ଘଟଣା ସମ୍ପର୍କରେ ଏବଂ ପାଣ୍ଡିଆନଙ୍କ...

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image