Categories: ଜାତୀୟ

ଲୋକ ସଭା ନିର୍ବାଚନ: ପ୍ରଥମ ୨ଘଣ୍ଟାରେ ଆସାମ, ବିହାରରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟାରେ ବିହାରରେ ସର୍ବାଧିକ ୧୨.୬୦ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ଆସାମରେ ମଧ୍ୟ ୧୨.୩୬ ପ୍ରତିଶତ ମତଦାନ ହୋଇଛି। ଏହା ପଛକୁ ରହିଛି ପଶ୍ଚିମବଙ୍ଗ। ଏଠାରେ ପ୍ରଥମ ୨ ଘଣ୍ଟାରେ ୧୦.୯୭ ପ୍ରତିଶତ ମତଦାନ ହୋଇଛି। ଜମ୍ମୁ-କଶ୍ମୀର ଓ ଦାଦ୍ରା ଓ ନଗର ହାଭେଲିରେ ସକାଳ ୯ଟା ପର୍ଯ୍ୟନ୍ତ କେହି ଭୋଟ ଦେବାକୁ ଆସି ନାହାଁନ୍ତି।

Share