ଫିଲ୍ମକୁ ଦେଖିବା ପାଇଁ ଆସାମରେ ସରକାରୀ କର୍ମଚାରୀ ନେଇପାରିବେ ଅଧା ଦିନ ଛୁଟି

ଦିସପୁର,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି। ଏହି ଫିଲ୍ମକୁ ଦେଶର ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି। ତେବେ ଆସାମରେ ଏହି ଫିଲ୍ମକୁ ଦେଖିବା ପାଇଁ ଆସାମର ସମସ୍ତ ସରକାରୀ କର୍ମଚାରୀମାନେ ଅଧା ଦିନ ଛୁଟି ନେଇ ପାରିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ ସହକର୍ମୀ ଏବଂ ପାର୍ଟି ସଦସ୍ୟଙ୍କ ସହ ଗୌହାଟିର ଏକ ସ୍ଥାନୀୟ ଥିଏଟରରେ ଏହି ଫିଲ୍ମ ଦେଖିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଫିଲ୍ମକୁ ପ୍ରଶଂସା କରିଛନ୍ତି, ଏବଂ କହିଛନ୍ତି କଶ୍ମୀର ପଣ୍ଡିତମାନଙ୍କୁ ନିଜ ଅଞ୍ଚଳରୁ ବିତାଡ଼ିତ କରିବାର କାହାଣୀ
ଏହି ଫିଲ୍ମ ଜରିଆରେ ଚିତ୍ରଣ କରାଯାଇଛି। ଯାହା ଦ୍ୱାରା ମୁଁ ପ୍ରଭାବିତ ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ବିଜେପି ସଂସଦୀୟ ଦଳ ବୈଠକରେ ା ସମସ୍ତଙ୍କୁ ଏହି ଫିଲ୍ମ ଦେଖିବା ପାଇଁ କହିଥିଲେ।

Share