Categories: ଜାତୀୟ

ଆସାମ, ମେଘାଳୟ ମୁଖ୍ୟମନ୍ତ୍ରୀ ସୀମା ବିବାଦକୁ ନେଇ କରିବେ ଚର୍ଚ୍ଚା

ଗୁଆହାଟୀ,୨୪।୫: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଓ ତାଙ୍କ ମେଘାଳୟ ସମକକ୍ଷ କୋନରାଡ ସଂଗମା ବୁଧାବାର ପରସ୍ପର ସହ ସାକ୍ଷାତ୍‌ କରିବେ। ଏହି ସାକ୍ଷାତକାରର ଉଦ୍ଦେଶ୍ୟ ହେଉଛି ଦୁଇ ରାଜ୍ୟ ମଧ୍ୟରେ ୬ଟି ଅବଶିଷ୍ଟ ଅଞ୍ଚଳରେ ସୀମା ବିବାଦର ସମାଧାନ କରିବାକୁ ନେଇ ଚର୍ଚ୍ଚା ହେବ।

ବିବାଦୀୟ ଅଞ୍ଚଳକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ମେଘାଳୟ ୧୯୭୨ରେ ଆସାମରୁ ଏକ ପୃଥକ ରାଜ୍ୟ ଭାବରେ ଗଣା ଯାଇଥିଲା ଏବଂ ଆସାମ ପୁନର୍ଗଠନ ଆଇନ, ୧୯୭୧କୁ ଚ୍ୟାଲେଞ୍ଜ କରି ଦୁଇ ରାଜ୍ୟ ମଧ୍ୟରେ ୮୮୫.୯ କିଲୋମିଟର ଲମ୍ବା ସୀମାର ୧୨ଟି ଅଞ୍ଚଳରେ ବିବାଦ ଦେଖାଦେଇଥିଲା।

ମେ ୨୦୨୧ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ସରମା ଘୋଷଣା କରିଥିଲେ ଯେ ପଡୋଶୀ ରାଜ୍ୟ ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦର ସମାଧାନ କରିବା।

Share