Categories: ଜାତୀୟ

ଟୁଇଟର ବାୟୋରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖିବାର କାରଣ କହିଲେ ହିମନ୍ତ ବିଶ୍ବ ଶର୍ମା

ଗୁଆହାଟୀ, ୨୪।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୋମବାର ବିରୋଧୀ ମେଣ୍ଟକୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସରୁ ଭାଜପା ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ପ୍ରତିଫଳିତ କରିବା ପାଇଁ ସେ ତାଙ୍କ ଟୁଇଟର ବାୟୋରେ ‘ଇଣ୍ଡିଆ’ ସ୍ଥାନରେ ଭାରତ ଲେଖିଛନ୍ତି। ୧୮ ଜୁଲାଇରେ ବାଙ୍ଗାଲୋରରେ ବିରୋଧୀ ମେଣ୍ଟ ଦ୍ୱାରା ଏହାର ନାମ ‘ଇଣ୍ଡିଆ’ ଘୋଷଣା କରିଥିଲେ। ଯାହା ପରେ ହିମନ୍ତ ବିଶ୍ବ ଶର୍ମା ତାଙ୍କ ଟୁଇଟର ବାୟୋକୁ ‘ମୁଖ୍ୟମନ୍ତ୍ରୀ ଆସାମ ଇଣ୍ଡିଆରୁ ମୁଖ୍ୟମନ୍ତ୍ରୀ ଆସାମ ଭାରତକୁ ପରିବର୍ତ୍ତନ କରିଥିଲେ।

ସୋମବାର ଏକ ଟୁଇଟ୍‌ କରି କହିଛନ୍ତି, ମୋର ପୂର୍ବ ବାୟୋରେ ମୁଁ ଆସାମ ‘ଇଣ୍ଡିଆ’ ଲେଖିଥିଲି। ତଥାପି, ଭାରତୀୟ ଜାତୀୟ କଂଗ୍ରେସରୁ ଭାରତୀୟ ଜନତା ପାର୍ଟିକୁ ଯାତ୍ରା କରିବା ପରେ ମୁଁ ଏହାକୁ ଅପଡେଟ୍‌ କରିବାକୁ ଭୁଲିଯାଇଥିଲି। ବର୍ତ୍ତମାନ, ମୁଁ ମୋର ବାୟୋକୁ ଆସାମ ଭାରତରେ ପରିବର୍ତ୍ତନ କରିଛି।

Share