Categories: ଜାତୀୟ

‘ହିମନ୍ତ ସବୁଠାରୁ ଭ୍ରଷ୍ଟ ସରକାର, ତାଙ୍କୁ ଅମିତ ଶାହା କଣ୍ଟ୍ରୋଲ କରୁଛନ୍ତି ’, ଦାବି କଲେ ରାହୁଲ

ଗୁଆହାଟୀ,୨୪।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବର୍ଷିଛନ୍ତି। ବୁଧବାର ସକାଳେ ଆସାମ ବାରାପେଟାରେ ଭାରତ ଯୋଡୋ ଯାତ୍ରା ସମୟରେ ସେ ଦାବି କରିଛନ୍ତି ଯେ, ଶର୍ମା ଦେଶର ସବୁଠାରୁ ଭ୍ରଷ୍ଟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି। ଯଦି ଆସାମ ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ କିଛି କୁହନ୍ତି ତେବେ ତାଙ୍କୁ ଦଳରୁ ବାହାର କରି ଦିଆଯିବ।

ରାହୁଲ ଆହୁରି କହିଛନ୍ତି, ଭାଜପା ଲୋକମାନେ ଯେତେ ମାମଲା ଦାୟର କରିବାକୁ ଚାହୁଁଛନ୍ତି, କରିଦିଅନ୍ତୁ। ଏହା ତାଙ୍କ ଉପରେ କୌଣସି ଫରକ ପଡୁନାହିଁ। ସେ ଏହି ମାମଲାକୁ ଭୟ କରନ୍ତି ନାହିଁ। ସେ ନା ଭାରତୀୟ ଜନତା ପାର୍ଟି (ଭାଜପା)କୁ କିମ୍ବା ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ)କୁ ଭୟ କରନ୍ତି ନାହିଁ।

Share