ବେଙ୍ଗାଲୁରୁ,୬।୫: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କର୍ନାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶନିବାର କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଡିକେ ଶିବକୁମାର ଓ ସିଦ୍ଧରମୈୟା ଟୁପୁ ସୁଲତାନଙ୍କ ପରିବାରର। ସିଦ୍ଧରମୈୟା କହୁଛନ୍ତି କି ଟିପୁ ସୁଲତାନଙ୍କ ଜୟନ୍ତି ପାଳନ କରିବେ, ଯଦି ଆପଣଙ୍କୁ ଜୟନ୍ତି ପାଳନ କରିବାର ଅଛି ତେବେ ପାକିସ୍ତାନ ଅବା ବାଂଲାଦେଶ ଯାଇ ସେଠାରେ ପାଳନ କର। ଯଦି କର୍ନାଟକରେ କଂଗ୍ରେସ ଦ୍ୱିତୀୟଥର ଲାଗି ଶାସନ କ୍ଷମତାକୁ ଆସିବ ତେବେ କର୍ନାଟକକୁ ପିଏଫଆଇର ଘାଟି କରିଦେବ।
ହିମନ୍ତ ବିଶ୍ୱ ସରମା କୋଡାଗୁରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି କି ଟିପୁ ସୁଲତାନ ହଜାରେ କୋଡଓ୍ବାଙ୍କ ବଦ୍ଧ କରିଥିଲେ, ଏହାପରେ ବି ଡିକେ ଶିବକୁମାର ଟିପୁଙ୍କ ପରିବାରର ସଦସ୍ୟ ଭଳି ବ୍ୟବହାର କରୁଛନ୍ତି ଓ ସେମାନଙ୍କୁ ସ୍ବତନ୍ତ୍ରତା ସେନାନି କହୁଛନ୍ତି। ଆସାମରେ ପିଏଫଆଇର ସଦସ୍ୟଙ୍କୁ ବୁଦ୍ଧି ଶିଖାଉଛି ଓ ସଦରାସା ବନ୍ଦ କରୁଛି, ହେଲେ ରାଜସ୍ଥାନରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ମଦରସା ଯୋଜନା ଚଲାଉଛନ୍ତି।