Categories: ଜାତୀୟ

କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା କରିବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଗୁଆହାଟୀ,୧୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇଙ୍କ ବିରୋଧରେ ୧୦ କୋଟି ଟଙ୍କା ମାନହାନି ମାମଲା ଦାୟର କରିବେ। ଲୋକ ସଭାରେ କଂଗ୍ରେସ ନେତା ଗୌରବ ଗୋଗୋଇ ଦାବି କରିଛନ୍ତି ଯେ, ଶର୍ମାଙ୍କ ପତ୍ନୀ ରିଙ୍କି ଭୁଇଆଁ ଶର୍ମାଙ୍କ ସହ ଜଡିତ କମ୍ପାନୀକୁ ସବସିଡି ଆକାରରେ କେନ୍ଦ୍ର ସରକାରଙ୍କଠାରୁ ଟଙ୍କା ପାଇଛି।

କଂଗ୍ରେସ ଦାବି କରୁଛି ଯେ, ଶର୍ମା ପତ୍ନୀଙ୍କ ସହ ଜଡିତ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ସବସିଡି ହିସାବରେ ୧୦ କୋଟି ଟଙ୍କା ମିଳିଛି। ତେବେ ଭାଜପା ନେତା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହାକୁ ନେଇ ଶର୍ମା ଏବଂ କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି।

Share