ଗାନ୍ଧିନଗର,୨୯।୪: ଗୁଜୁରାଟର ବିଧାୟକ ଜିଗ୍ନେଶ ମଓ୍ବୋନୀଙ୍କ ଗିରଫ ମାମଲାରେ ଆଜି ଜାମିନ୍ ଆବେଦନର ରାୟ ଶୁଣାଇବେ କୋର୍ଟ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ୍ କରି ସେ ଗିରଫ ହୋଇଥିଲେ। ଆସାମ ବାରପେଟା ଜିଲାର ଏକ ସ୍ଥାନୀୟ ଅଦାଲତ ଗୁରୁବାର ତାଙ୍କ ଜାମିନ ଆବେଦନର ଶୁଣାଣି କରି ନିଜ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ଆସିବ ବୋଲି ମେୱାନୀଙ୍କ ଆଇନଜୀବୀ ଅଙ୍ଗସୁମନ ବୋରା ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ୍ କରି ଗିରଫ ହୋଇଥିଲେ ବିଧାୟକ। ଏହି ମାମଲାରେ ତାଙ୍କୁ ଜାମିନ୍ ମିଳିବାର କିଛି ସମୟ ପରେ ପୁଣି ଥରେ ତାଙ୍କୁ ଗିରଫ କରାଯାଇଥିଲା।