Categories: ଜାତୀୟ

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌: ଟାର୍ଗେଟ କଲେ ପ୍ରିୟଙ୍କା

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପଥରକଣ୍ଡିର ଭାଜପା ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ କାରରେ ଏକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଦେଖାଯାଇଥିବା ଅଭିଯୋଗ ହୋଇଛି। ଏହି ଭିଡିଓକୁ ଆସାମର ଅତନୁ ଭୂୟାଁ ନାମକ ଜଣେ ଖବରଦାତା ଟୁଇଟ୍‌ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଏହି ଘଟଣା ପରେ ପଥରକଣ୍ଡିରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ଏହି ଘଟଣାକୁ ନେଇ ଭାଜପାକୁ ଟାର୍ଗେଟ କରି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଏଭଳି ଅଭିଯୋଗ ଉପରେ ନିର୍ବାଚନ ଆୟୋଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସମସ୍ତ ଜାତୀୟ ଦଳ ଦ୍ୱାରା ଇଭିଏମ ଆବଶ୍ୟକତାର ବ୍ୟବହାରକୁ ପୁନଃମୂଲ୍ୟାଙ୍କନ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୭.୨୧ ପ୍ରତିଶତ ମତଦାନ ହୋଇଛି।

Share