Categories: ଜାତୀୟ

ବନ୍ୟା ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବିଧାୟକ

ଗୁଆହାଟୀ,୧୪।୭:ଆସାମରେ ପ୍ରବଳ ବନ୍ୟା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଜଣେ ବିଧାୟକ। ବନ୍ୟା ପାଣିରେ ପଶି ସେ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ବିଧାୟକ ମୃଣାଳ ସାଇକିଆ ଟୁଇଟରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ମୋ ବିଧାନସଭା କ୍ଷେତ୍ରରେ ପ୍ରବଳ ବନ୍ୟା ଦେଖାଯାଇଛି। ବନ୍ୟାରେ ଫସିି ରହିଥିବା ଲୋକଙ୍କୁ ସୁରକ୍ଷିତ ଯାଗାରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି। କେବଳ ଲୋକମାନଙ୍କୁ ନୁହେଁ ଗୃହପାଳିତ ପଶୁମାନଙ୍କୁ ସେ ସହାୟତା କରୁଛନ୍ତି। ବିଧାୟକ ଏକ ଛୋଟ କାଠ ନିର୍ମିତ ଡଙ୍ଗାରେ ବସି ଲୋକଙ୍କୁ ସୁରକ୍ଷିତ ଯାଗାକୁ ନେଉଛନ୍ତି। ସୂଚନାଯୋଗ୍ୟ, ଆସାମର ୨୪ଟି ଜିଲାର ୨,୦୧୫ ଗ୍ରାମରେ ୧୩ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

Share