Categories: ଜାତୀୟ

ଆସାମରେ ବନ୍ୟା

ଗୁଆହାଟୀ,୧୫।୫: ଆସାମର ଡିମା ହାସାଓ ଜିଲାରେ ଭୂସ୍ଖଳନ ଘଟି ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ରେଳ ଓ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଅନୁଯାୟୀ ନ୍ୟୁ କୁଞ୍ଜୁଙ୍ଗ, ଫିଆଙ୍ଗପୁଇ, ମୌଲହୋଇ, ନାମଜେଉରାଙ୍ଗ, ସାଉଧ ବାଗେଟାର, ମହାଦେବ ଟିଲା, କାଳୀବାରି, ନର୍ଥ ବାଗେଟାର, ଜିଓନ ଏବଂ ଲୋଦି ପଙ୍ଗମୌଲ ଗ୍ରାମରେ ଭୂସ୍ଖଳନ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଜଟିଙ୍ଗା-ହରଙ୍ଗାଜାଓ ଏବଂ ମହୁର-ଫାଇଡିଙ୍ଗ ରେଳଲାଇନ ଅବରୋଧ ହୋଇଛି। ଆସାମର ୫ ଜିଲାରେ ବନ୍ୟା ଆସିବା ଯୋଗୁ ୨୫,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ସର୍ବାଧିକ ପ୍ରଭାବିତ ଚାଚର ଜିଲାରେ ୨୧ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Share