Categories: ଜାତୀୟ

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଗୁଆହାଟୀ,୧।୭: ଆସାମରେ ଥମିନାହିଁ ବନ୍ୟା ଦୁର୍ଦ୍ଦଶା। ଗତ ୨୪ ଘଣ୍ଟାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ରାଜ୍ୟର ୨୫ଟି ଜିଲାରେ ପ୍ରବଳ ବର୍ଷା ଯୋଗୁ ୨୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏନେଇ ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। କାଚର ଜିଲାରେ ସର୍ବାଧିକ ୧୪.୩୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ନାଗାଓଁରେ ପ୍ରାୟ ୫.୨୦ ଲକ୍ଷ ପ୍ରଭାବିତ ହେଉଛନ୍ତି ଏବଂ ବାରପେଟାରେ ଚାରି ଲକ୍ଷରୁ ଅଧିକ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି ।

Share