Categories: ଜାତୀୟ

ଆସାମ ବନ୍ୟା: ୧ ଲକ୍ଷରୁ ଅଧିକ ପ୍ରଭାବିତ, ୩୭୧ ଗାଁ ଉବୁଟୁବୁ…

ଗୁଆହାଟୀ,୧୭।୭ : ଆସାମରେ ବନ୍ୟା ପରିସ୍ଥିତି ସଙ୍କଟ ଜନକ ରହିଛି। ରାଜ୍ୟର ୧୦ ଟି ଜିଲାର ପ୍ରାୟ ଏକ ଲକ୍ଷ ଲୋକ ଏବେ ମଧ୍ୟ ବନ୍ୟା ପରିସ୍ଥିତିରେ ଅଛନ୍ତି। ଲୋକଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ଏଠାରେ ବନ୍ୟା ଯୋଗୁଁ ଶହ ଶହ ଗାଁ ଜଳମଗ୍ନ ହୋଇଛି। ଲୋକଙ୍କ ପାଖରେ ଘର ନାହିଁ ଏବଂ ପେଟ ଭରିବା ପାଇଁ ଖାଦ୍ୟ ମିଳୁନାହିଁ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ ସୋନିଟପୁର, ଚିରଙ୍ଗ, ଡାରାଙ୍ଗ, ଧମାଜୀ, ଦିବ୍ରୁଗଡ, ଗୋଲାଘାଟ, ଲକ୍ଷ୍ମୀପୁର, ମଜୁଲି, ସିଭାସାଗର ଏବଂ ଉଦଲଗୁରୀ ଜିଲାରେ ବନ୍ୟା ଯୋଗୁଁ ୯୮,୮୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗୋଲାଘାଟରେ ୨୯,୦୦୦ ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି। ଏହା ପରେ ଧମାଜୀରେ ୨୮,୦୦୦ଲୋକ ଏବଂ ସିଭାସାଗରରେ ପ୍ରାୟ ୧୩,୫୦୦ ଲୋକ ଦୁଃଖକଷ୍ଟରେ ରହିଛନ୍ତି।

ବୁଲେଟିନ ଅନୁଯାୟୀ, ପ୍ରାୟ ୩୭୧ ଟି ଗାଁ ପାଣି ଘେରରେ ଅଛି। ଆସାମରେ ୩,୬୧୮.୩୫ ହେକ୍ଟର ଫସଲ ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ ବକସା, ବଙ୍ଗାଇଗାଓଁ, ଚିରଙ୍ଗ, କୋକରାଜ, ଲାଖିମପୁର, ନାଲବାରୀ, ଉଦଲଗୁରୀ ଏବଂ ଟିନୁସୁକିଆରେ ବଡ଼ ଧରଣର କ୍ଷୟ ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ଅନେକ ଗାଁର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ସୋନିଟପୁର, ଧମାଜୀ, ଧୁବ୍ରି, କୋକରାଜ, ମୋରିଗାଓଁ, ବଙ୍ଗାଇଗାଓଁ, ଚିରଙ୍ଗ, ଗୋଲାଘାଟ, ଲକ୍ଷ୍ମୀପୁର ଏବଂ ମଜୁଲି ଜିଲ୍ଲାର ବନ୍ୟା ଜଳ ଯୋଗୁଁ ବନ୍ଧ, ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ରହ୍ମପୁତ୍ର ଧୁବ୍ରି, ତେଜପୁର ଏବଂ ନେମାଟିଘାଟ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Share