Categories: ଜାତୀୟ

ସ୍ବଦେଶୀ ମୁସଲମାନଙ୍କ ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ ଆସାମ ସରକାର

ଗୁଆହାଟୀ,୩।୧୦: ଆସାମ ସରକାର ମଙ୍ଗଳବାର କହିଛନ୍ତି, ରାଜ୍ୟରେ ୫ ସ୍ବଦେଶୀ ମୁସଲମାନ ସମ୍ପ୍ରଦାୟର ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ। ଯାହାଦ୍ୱାରା ସେମାନଙ୍କର ଉନ୍ନତି ପାଇଁ ସରକାରୀ ଯୋଜନା ପ୍ରସ୍ତୁତ ହୋଇପାରିବ। ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଏକ ବୈଠକ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର ହୋଇଥିବା ପୋଷ୍ଟରେ ଲେଖାଯାଇଛି ଯେ, ଜନତା ଭବନରେ ଏକ ବୈଠରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଅଧିକାରୀମାନଙ୍କୁ ଆସାମର ଆଦିବାସୀ ମୁସଲମାନ ସମ୍ପ୍ରଦାୟ (ଗୋରିଆ, ମୋରିଆ, ଦେଶୀ, ସୟଦ ଏବଂ ଜୋଲହା)ଙ୍କ ଆର୍ଥିକ-ସାମାଜିକ ସ୍ଥିତିକୁ ନେଇ ସର୍ବେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ମୂଲ୍ୟାଙ୍କନର ଫଳାଫଳକୁ ଆଧାର କରି ରାଜ୍ୟ ସରକାର ଅନୁସୂଚିତ ଜନଜାତିର ସାମାଜିକ-ଅର୍ଥନୈତିକ ତଥା ଶିକ୍ଷାଗତ ଯୋଗ୍ୟତା ପାଇଁ ସରକାରୀ ଯୋଜନା ପ୍ରସ୍ତୁତ କରିବେ।

Share