Categories: ଜାତୀୟ

‘ବହୁ ବିବାହ’ ଉପରେ ଲାଗିବ ପ୍ରତିବନ୍ଧକ, ୪୫ଦିନ ମଧ୍ୟରେ ଆସିବ ବିଲ୍‌

ନୂଆଦିଲ୍ଲୀ,୨।୯: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବହୁ ବିବାହ ପ୍ରଥା ବିରୋଧରେ ଆଇନ ଆଣିବାକୁ ଯାଉଛନ୍ତି। ବହୁ ବିବାହ ପ୍ରଥା ଉପରେ ରୋକ୍‌ ଲଗାଇବା ପାଇଁ ଖୁବଶୀଘ୍ର ବିଲ ପ୍ରସ୍ତୁତ କରୁଛନ୍ତ ସରକାର। ଏ ବାବଦରେ ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତିର ଉତ୍ତରରେ ସରକାର ମୋଟ ୧୪୯ ଟି ପରାମର୍ଶ ଗ୍ରହଣ କରିଛନ୍ତି। ୪୫ ଦିନ ମଧ୍ୟରେ ବିଲର ଡ୍ରାଫ୍ଟ ପ୍ରସ୍ତୁତ କରିବେ ସରକାର।

ବିଧାନସଭାରେ ଏହି ବିଲ୍‌ ପାରିତ ହେବା ପରେ କୌଣସି ବ୍ୟକ୍ତି ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ସ୍ତ୍ରୀଙ୍କୁ ବରଣ କରିପାରିବେ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ୍ସ (ପୂର୍ବ ଟ୍ବିଟର)ରେ ଲେଖିଛନ୍ତି, ‘ବହୁବିବାହକୁ ନିଷେଧ କରିବା ପାଇଁ ଆମେ ଖୁବଶୀଘ୍ର ପ୍ରସ୍ତାବିତ ବିଲ ଆଣିପାକୁ ଯାଉଛୁ। ଆମ ସାର୍ବଜନୀନ ନୋଟିସରେ ମୋଟ ୧୪୯ଟି ପରାମର୍ଶ ଆସିଛି। ସେଥିମଧ୍ୟରୁ ୧୪୬ଟି ପ୍ରସ୍ତାବ ବହୁବିବାହ ବିଲ ସପକ୍ଷରେ ରହିଛ। ଯାହା ଦର୍ଶାଉଛି ଯେ ବିଲ ସପକ୍ଷରେ ଲୋକଙ୍କ ଦୃଢ ସମର୍ଥନ ରହିଛି। କିନ୍ତୁ ଏହି ବିଲ୍‌କୁ ତିନୋଟି ସଂସ୍ଥା ବିରୋଧ କରିଛନ୍ତି। ଆମେ ବର୍ତ୍ତମାନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇ ଆଗାମୀ ୪୫ ଦିନ ମଧ୍ୟରେ ଏହି ବିଲ୍‌ର ଅନ୍ତିମ ଡ୍ରାଫ୍ଟ ପ୍ରସ୍ତୁତ କରିବୁ।

Share