Categories: ଜାତୀୟ

ବାଲ୍ୟ ବିବାହକୁ ନେଇ ଆକ୍ସନ ମୋଡରେ ସରକାର, ୮୦୦ରୁ ଅଧିକ ଗିରଫ

ଗୁଆହାଟୀ,୩।୧୦: ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାର ଆକ୍ସନ ମୋଡରେ ଅଛନ୍ତି। ଟୁଇଟ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ବିରୋଧରେ ଆସାମ ପୋଲିସର ଅଭିଯାନ ଜାରି ରହିଛି। ଆଜି ସକାଳେ ଏକ ଅପରେଶନ କରି ଆମେ ୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛୁ।

ଭବିଷ୍ୟତରେ ମଧ୍ୟ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି। ଶର୍ମା ଆସାମ ବିଧାନସଭାକୁ ୧୧ ସେପ୍ଟେମ୍ବରରେ କହିଥିଲେ ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବାଲ୍ୟ ବିବାହ ସହ ଜଡିତ ମୋଟ ୩,୯୦୭ ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୩,୩୧୯ ଜଣଙ୍କୁ ପୋସ୍କୋ ଅଧିନିୟମ ୨୦୧୨ ଅନୁଯାୟୀ ଅଭିଯୋଗ ହୋଇଛି।

Share