Categories: ଜାତୀୟ

ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ଆସାମ ସରକାରଙ୍କ ପଦକ୍ଷେପ, ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା

ଗୁଆହାଟୀ,୪।୯: ଆସାମର ଲଖିମପୁରରେ ପ୍ରାଣୀ ଚିକିତ୍ସକଙ୍କ ଏକ ଗୋଷ୍ଠୀ ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା କରିଛନ୍ତି। ପଶୁପାଳନ ଏବଂ ସ୍ବାସ୍ଥ୍ୟ ଅଧିକାରୀ କୁଳଧର ସୈକିଆ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଲଖିମପୁର ଜିଲାରେ ଆଫ୍ରିକୀୟ ଘୁଷୁରି ଜ୍ୱରକୁ ରୋକିବା ପାଇଁ ୧୦ଜଣ ଡାକ୍ତରଙ୍କ ଟିମ ଦ୍ୱାରା ୧୦୦୦ରୁ ଅଧିକ ଘୁଷୁରିଙ୍କୁ କରେଣ୍ଟ ଦେଇ ହତା କରାଯାଇଛି। ଆଫ୍ରିକୀୟ ଘୁଷୁରି ଜ୍ୱର ଜିଲାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ସେହି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share