ଗୌହାଟୀ,୧୩।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ନେତା, ଅଭିନେତା ମଧ୍ୟ ସଂକ୍ରମଣ ହୋଉଛନ୍ତି। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ କରୋନା ପଜିଟିଭ୍ ହୋଇଛନ୍ତି। ରାଜ୍ୟପାଳ ବୁଧବାର କୋଭିଡ୍ ପରୀକ୍ଷା କରାଇଥିଲେ। ତେବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଜଣେ ଅଧିକାରୀ ଗୁରୁବାର କହିଛନ୍ତି। ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଛି।