Categories: ଜାତୀୟ

ବିବାହ ପାଇଁ ଆସାମରେ ଲାଗୁ ହେବ ନୂଆ ନିୟମ

ଗୁଆହାଟୀ,୧ ।୧୨: ବିବାହ ପାଇଁ ଆସାମ ସରକାର ନୂଆ ନିୟମ ଆଣିଛନ୍ତି । ଏଥିରେ କନ୍ୟା-ବର ନିଜ ନିଜର ଧର୍ମ ସହ ଆୟ, ବ୍ୟବସାୟ ଆଦି ସମ୍ପର୍କରେ ସୂଚନା ଦେବାକୁ ପଡିବ । ଲଭ-ଜେହାଦ ଭଳି ଘଟଣାଠାରୁ ଦୂରେଇବାକୁ କିଛି ରାଜ୍ୟରେ ଏ ସମ୍ପର୍କରେ ଆଣିଥିବା ଆଇନ ପରେ ଏଭଳି ନିଷ୍ପତ୍ତି ନିାଯାଇଛି । ଏବେ ଆସିଥିବା ଏହି ନୂଆ ନିୟମ ଅନୁଯାୟୀ, ଯେଉଁମାନେ ବିବାହ କରିବାକୁ ଇଚ୍ଛୁକ ସେମାନଙ୍କୁ ଏକ ମାସ ଆଗରୁ ଧର୍ମ ସହ ଆହୁରି ଅନେକ ତଥ୍ୟ ଦେବାକୁ ପଡିବ । ତେବେ ମହିଳାଙ୍କୁ ସଶକ୍ତ କରିବାକୁ ଏହି ନିୟମ ଲାଗୁ କରାଯାଇଥିବା କୁହାଯାଇଛି । ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଲାଗୁ ଆଇନ ଭଳି ଏହା ନୁହେଁ । ବିବାହ ଆଇନ ବିଶେଷ କରି ମହିଳାଙ୍କ୍‌ୁ ଧ୍ୟାନରେ ରଖି ଲାଗୁ କରାଯିବ । ତେବେ ଏହା ଦମ୍ପତିଙ୍କ ମଧ୍ୟରେ ପାରଦର୍ଶିତା ଆଣିବ ବୋଲି ସେ କହିଛନ୍ତି ।

Share