Categories: ଜାତୀୟ

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଆସାମ ହାଇକୋର୍ଟ କଠୋର, ପ୍ରଶ୍ନ କଲେ କେଉଁ ଆଇନ ଏଭଳି କରିବାକୁ ଅନୁମତି ଦେଉଛି…

ଗୁଆହାଟୀ,୧୯।୧୧ : ଆସାମର ଗୁଆହାଟୀ ହାଇକୋର୍ଟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାର ଙ୍କ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। କେଉଁ ଆଇନ ଅନୁଯାୟୀ ଏଭଳି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି?

ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଆରଏମ ଛାୟା ଏବଂ ଜଷ୍ଟିସ ସୌମିତ୍ର ସାଇକିଆ ପାଞ୍ଚ ଅଭିଯୁକ୍ତଙ୍କ ଘରେ ପୋଲିସ ଅଧୀକ୍ଷକଙ୍କ ଦ୍ୱାରା କରାଯାଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଯେଉଁ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଯାଇଥିଲା ସେମାନେ ପୋଲିସ ଷ୍ଟେଶନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା।

ନ୍ୟୁଜ ପୋର୍ଟାଲ ବାର୍‌ ଏବଂ ବେଞ୍ଚର ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାରଙ୍କ ଆଇନଜୀବୀ ଏସପିଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହା ଉପରେ କୋର୍ଟ ସରକାରଙ୍କ ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାର ଆମକୁ କୌଣସି ଅପରାଧିକ ଆଇନ ଦେଖାନ୍ତୁ, ଯେଉଁଥିରେ ପୋଲିସ ଏକ ଅପରାଧର ଅନୁସନ୍ଧାନ ବେଳେ ଆଦେଶ ବିନା ବୁଲଡୋଜର ଦ୍ୱାରା ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ପାରିବେ।

Share