ଗୁଆହାଟୀ,୯ା୮: ଡ୍ରଗ୍ସ ଖାଇବା ପାଇଁ ଅଢ଼େଇ ବର୍ଷର ଶିଶୁ ପୁତ୍ରଙ୍କୁ ଆସାମର ଜଣେ ବ୍ୟକ୍ତି ୪୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ମୋରିଗାନ୍ ଜିଲାର ଲହରିଘାଟ ଗ୍ରାମର ଅମିନୁଲ୍ ଇସ୍ଲାମ ତାଙ୍କ ପୁଅକୁ ବିକ୍ରି କରିଦେଇଥିବା ନେଇ ସ୍ତ୍ରୀ ରୁକ୍ମିନା ବେଗମ୍ ଥାନାରେ ଏକ ଅଭିଯୋଗ କରିଛନ୍ତି।
ପୋଲିସ ଅମିନୁଲ୍ ଏବଂ ଶିଶୁକୁ କିଣିଥିବା ମହିଳାଙ୍କୁ ଗିରଫ କରିଛି। ଝଗଡ଼ା ପରେ ବାପ ଘରେ ରହୁଥିବା ରୁକ୍ମିନାଙ୍କ ନିକଟକୁ ଯାଇ ଅମିନୁଲ୍ ପୁଅର ଆଧାର କାର୍ଡ କରିବାକୁ କହି ନେବାକୁ କହିଥିଲେ। ଅମିନୁଲ୍ ପଅଙ୍କୁ ନେଇଥିଲେ ହେଁ ଘରକୁ ଆଣି ନ ଥିଲେ। ରୁକ୍ମିନା ପୁଅକୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ଶିଶୁଙ୍କୁ ଉଦ୍ଧାର କରି ମା’ରୁକମିନାଙ୍କୁ ହସ୍ତାନ୍ତର କରିଥିଲା।