Categories: ଜାତୀୟ

ଆସାମ ବନ୍ୟା: ରୋଗିଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ ମନ୍ତ୍ରୀ ଚଲାଇଲେ ଡଙ୍ଗା

ଗୁଆହାଟି,୨୪ ।୬: ଦେଶର ପୁର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ସ୍ଥିତି ବିଗିଡିବାରେ ଲାଗିଛି । ଆସାମ, ସିକ୍କିମ ସମେତ କିଛି ରାଜ୍ୟରେ ଗୋଟିଏ ପଟେ ଭୂସ୍ଖଳନ ତ ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ଆସାମରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ଆସିବାରୁ ସାଧାରଣ ଜୀବନ ଅନେକାଂଶରେ ପ୍ରଭାବିତ ହୋଇଛି ।
ଆସାମର ପରିବହନ ମନ୍ତ୍ରୀ ପରିମଲ ଶୁକ୍ଳାବୌଦ୍ଧ ବନ୍ୟା ପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବନ୍ୟା ପୀଡ଼ିତ ଜଣେ ରୋଗିଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ନିଜେ ମନ୍ତ୍ରୀ ଡଙ୍ଗା ଚଲାଉଥିବା ଦେଖାଯାଇଛି ।

Share