ଗୁଆହାଟି,୨୪।୬: ଆସାମରେ ବନ୍ୟା ବିପଦ ଟଳି ନ ଥିବା ବେଳେ ଏବେ ବି ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି । ଏଭଳି ସ୍ଥତିରେ ଆସାମର ପରିବହନ ମନ୍ତ୍ରୀ ପରିମଳ ଶୁକ୍ଲବୈଦ୍ୟ ବନ୍ୟାରେ ଏକ ଡଙ୍ଗା ଚଳାଇ ଜଣେ ରୋଗୀଙ୍କୁ ହସ୍ପିଟାଲ ନେଉଥିବା ଭିଡିିଓ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ଆସାମର ଅଧିକାଂଶ ଜିଲାରେ ବ୍ରହ୍ମପୁତ୍ର ଓ ବାରାକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର ୩୫ ଜିଲା ମଧ୍ୟରୁ ୩୨ଟି ଜଲା ବନ୍ୟାରେ ପ୍ରଭାବିତ ହେଉଛି। ଇତିମଧ୍ୟରେ ପରିବହନ ମନ୍ତ୍ରୀ ଡଙ୍ଗା ଚଳାଇ ରୋଗୀଙ୍କୁ ହସ୍ପିଟାଲ ନେବା ଘଟଣା ସର୍ବସମ୍ମୁଖକୁ ଆସିବା ପରେ ମନ୍ତ୍ରୀଙ୍କୁ ଚାରିଆଡୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି।
ସୂଚନା ମୁତାବକ, ୩୦ଟି ଜିଲାର ୪୫.୩୪ ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ପାଣିଘେରରେ ରହିଛନ୍ତି। ବନ୍ୟାରେ ସବୁଠୁ ବାରପେଟା ଜିଲା ଅଧିକ ପ୍ରଭାବି ହୋଇଥିବା ଜଣାପଡ଼ିଛି।