Categories: ଜାତୀୟ

ଆସାମ-ମିଜୋରମ ବିବାଦକୁ ନେଇ ଶାହାଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୭ ।୭: ଆସାମ ଓ ମିଜୋରାମରେ ସୀମାକୁ ନେଇ ଲାଗିଥିବା ବିବାଦ ହିଂସାର ରୂପ ନେବାକୁ ଯାଉଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଶାହଙ୍କ ଅପାରଗତା ହିଁ ନାଗରିକଙ୍କ ମନରେ ଘୃଣା ଓ ଅବିଶ୍ୱାସ ଉପୁଜାଇଛି । ଏହାସହ ଏହି ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ରାହୁଲ । ସୂଚନାଯୋଗ୍ୟ, ଆମାସ-ମିଜୋରାମ ସୀମା ବିବାଦ ମଧ୍ୟରେ ଲାୟଲାପୁରରେ ହୋଇଥିବା ହିଂସାରେ ଆସାମ ପୁଲିସର ୬ ଯବାନ ଶହୀଦ ହୋଇଛନ୍ତି । ଏହାସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ରାହୁଲ ଟୁଇଟ କରି ଶାହଙ୍କ ଉପରେ ବର୍ଷିଛନ୍ତି ।

Share