Categories: ଜାତୀୟ

ଆସାମ କଂଗ୍ରେସକୁ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ, ଭାଜପାରେ ହୋଇପାରନ୍ତି ସାମିଲ

ଗୁଆହାଟି,୩୦।୭: ଆସାମରେ ବିରୋଧୀ କଂଗ୍ରେସକୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। ଆଉ ଜଣେ ବିଧାୟକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଜୋରହାଟ ଜିଲାର ଥୌରାରୁ ୨ଥର କଂଗ୍ରେସ ବିଧାୟକ ହୋଇଥିବା ସୁଶାନ୍ତ ବୋର୍ଗୋହେନ ନବନିଯୁକ୍ତ ଆସାମ କଂଗ୍ରେସ ସଭାପତି ଭୂପେନ ବୋରାଙ୍କୁ ଶୁକ୍ରବାର ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଚିଠିରେ କଂଗ୍ରେସ ତାଙ୍କୁ ଦେଇଥିବା ସୁଯୋଗକୁ ସେ ପ୍ରଶଂସା କରିଛନ୍ତି। କିନ୍ତୁ ନିକଟରେ କିଛି ଘଟିଥିବା ଘଟଣା ଯୋଗୁ ସେ ଆଉ କଂଗ୍ରେସରେ ରହିପାରିବେ ନାହିଁ ବୋଲି ଉକ୍ତ ଚିଠିରେ ସୁଶାନ୍ତ ଉଲ୍ଲେଖ କରିଛନ୍ତି। ତେବେ ସୂଚନା ଅନୁଯାୟୀ ଅଗଷ୍ଟ ୧ରେ ସେ ଶାସକ ଦଳ ଭାଜପାରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share