ପିପିଇ କିଟ୍ ପିନ୍ଧି କାମ କରିବା ବଳିଦାନଠାରୁ କିଛି କମ୍ ନୁହେଁ। ମାତ୍ର କରୋନା ସମୟରେ ଆଗଧାଡିର ଯୋଦ୍ଧାମାନେ ଏହାକୁ ପିନ୍ଧି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେମାନଙ୍କର ବଳିଦାନର ଅନେକ ଚିତ୍ର ଆମ ସମ୍ମୁଖକୁ ଆସିସାରିଛି। ଏବେ ଜଣେ ନର୍ସ ପିପିଇ କିଟ୍ ପିନ୍ଧି ରାସ୍ତାରେ ବସିଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଆସାମର ଖାନପଡ଼ା କୋଭିଡ୍-୧୯ ହସ୍ପିଟାଲର ବୋଲି କୁହାଯାଉଛି। ଏହି ଫଟୋକୁ ଦେଖିଲେ କୋଭିଡ୍ର ଆଗଧାଡିର ଯୋଦ୍ଧାଙ୍କ ସମର୍ପଣ ଏବଂ ପରିଶ୍ରମ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି। ଏହି ଫଟୋଟିକୁ ରୋନ ବିକାଶ ଗୌରବ ନାମକ ବ୍ୟକ୍ତି ଶେୟାର କରିଛନ୍ତି। ଏହାକୁ ଶେୟାର କରିବା ସହ ସେ ଲେଖିଛନ୍ତି, ବର୍ତ୍ତମାନ ଗୋଆହାଟିର ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ସେଲସିୟସ୍। ଏହି ଯୋଦ୍ଧାମାନେ କିପରି ରହୁଥିବା କଳ୍ପନା କରନ୍ତୁ ବୋଲି ସେ ଲେଖିଛନ୍ତି। ଏହି ଫଟୋଟିକୁ ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରିଟୁଇଟ୍ କରି ଲେଖିଛନ୍ତି ମୁଁ ମୋର ଟିମ୍ ପାଇଁ ଗର୍ବିତ।
proud of my team https://t.co/VaEIKfBSTI
— Himanta Biswa Sarma (@himantabiswa) July 8, 2020