Categories: ଜାତୀୟ

ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା

ଗୁଆହାଟୀ,୪।୬: ଆସାମରେ କୋଭିଡ୍‌ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ ଫର୍ମା କମ୍ପାନୀଠାରୁ ଯଥେଷ୍ଟ ପରିମାଣର ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକଲଗୁଡ଼ିକୁ ବିନା ସୁଧରେ ଟଙ୍କା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱାଧୀନ ସରକାର।

ସ୍ବାସ୍ଥ୍ୟମନ୍ତ୍ରୀ କେଶବ ମହାନ୍ତ କହିଛନ୍ତି, ଆମେ ପ୍ରାଇଭେଟ ମେଡିକାଲକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଉଛୁ। ଯଥେଷ୍ଟ ପରିମାଣରେ କୋଭିଡ୍‌-୧୯ ଟିକା କିଣିବା ଲାଗି ସେମାନଙ୍କୁ ବିନା ସୁଧରେ ଅର୍ଥ ଯୋଗାଇ ଦିଆଯିବ। ଏହି ଋଣକୁ ୩ ମାସ ମଧ୍ୟରେ ସେମାନେ ପରିଶୋଧ କରିବେ। ଏଣୁ ଟିକା କିଣିବା ପାଇଁ ଇଚ୍ଛୁକ ଥିବା ପ୍ରାଇଭେଟ ହସ୍ପିଟାଲ ପାଖରେ ଅର୍ଥ ଅଭାବ ଥାଏ, ତେବେ ସେମାନଙ୍କୁ ଆମେ ସାହାଯ୍ୟ କରିବୁ।

ବର୍ତ୍ତମାନ ରାଜ୍ୟରେ ଦୈନିକ ୫୦ ହଜାର ଲୋକଙ୍କୁ ଟିକା ଦିଆଯାଉଛି। କିନ୍ତୁ ଟିକାର ଅଭାବ ଥିବାରୁ ଆମେ ୭୦ ହଜାର ଲକ୍ଷ୍ୟ ଛୁଇଁ ପାରୁ ନାହୁଁ। ଆସନ୍ତା ଦୁଇ ଦିନ ମଧ୍ୟରେ ଟିକା ପହଞ୍ଚିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share