ଗୁଆହାଟି,୬ ।୨: ବାଲ୍ୟ ବିବାହ ବିରୋଧରେ ଆସାମ ପୋଲିସର କାର୍ଯ୍ୟାନୁଷ୍ଠାନ ଲଗାତାର ଜାରି ରହିଛି । ପୋଲିସ ତୃତୀୟ ଦିନରେ ବି ଏହାକୁ ନେଇ କେତେଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଏହାକୁ ନେଇ ବାଲ୍ୟ ବିବାହ ମାମଲାରେ ଏବେ ପର୍ଯ୍ୟନ୍ତ ୨୨୭୮ ଜଣ ଗିରଫ ହୋଇ ସାରିଲେଣି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଥିଲେ, ବାଲ୍ୟ ବିବାହକୁ ନେଇ ପୋଲିସ ଯେଉଁ ଅଭିଯାନ ଆରମ୍ଭ କରିଛି, ଏହା ୨୦୨୬ ପରବର୍ତ୍ତି ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ବିରୋଧୀ ସମାଲୋଚନା କରିବା ସହ ଏହା ପ୍ରଚାରର ହାତକଡି ବୋଲି କହିଥିଲେ ।
ଏହାକୁ ନେଇ ପୋଲିସ ଏକ ବୟାନରେ କହିଥିଲାସାରା ରାଜ୍ୟରେ ଦିଆଯାଇଥିବା ୪,୦୪୭ ଏଫଆଇଆର ଆଧାରରେ ଲୋକଙ୍କୁ ଗିରଫ କରାଯାଉଛି । ବିଶ୍ୱନାଥରେ ୧୩୯, ବାରପେଟାରେ ୧୩୦ ଓ ଧୁବରିରେ ୧୨୬ ଜଣଙ୍କୁ ଗିରଫ କରାଯାଇଛି । ଆଉ କିଛି ଜିଲାରୁ ବି ବାଲ୍ୟ ବିବାହ ମାମଲାରେ ଶହେରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।