Categories: ଜାତୀୟ

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୭୩କୁ ବଢିଲା

ଗୁଆହାଟୀ,୨।୭: ଆସାମରେ ବନ୍ୟା ପରିସ୍ଥିତି ଏବେ ସଙ୍କଟାପର୍ଣ୍ଣ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି। ବନ୍ୟାରେ ୩୦ଟି ଜିଲାରେ ୨୯ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଚାଚର ଜିଲାରେ
୬, ନାଗାଓରେ ୩, ବାରପେଟାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରିମଗଞ୍ଜ, କୋକ୍ରାଝର ଏବଂ ଲଖିମପୁର ଜିଲାରେ ଜଣେ ଲେଖାଏ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Share