Categories: ଜାତୀୟ

ମଣିପୁର ହିଂସା: ବିଷ୍ଣୁପୁର ଚେକ୍‌ପୋଷ୍ଟରୁ ଆସାମ ରାଇଫଲ କର୍ମଚାରୀଙ୍କୁ କରାଗଲା ପ୍ରତ୍ୟାହାର, ସିଆରପିଏଫ୍‌ ଓ ରାଜ୍ୟ ପୋଲିସ ମୁତୟନ

ଇମ୍ଫାଲ,୮।୮: ତିନି ମାସରୁ ଉର୍ଦ୍ଧଦିନ ଧରି ମଣିପୁର ହିଂସା ଥମିବାର ନାଁ ଧରୁନାହିଁ। ଏପଟେ ଖୋଦ୍‌ ଦେଶର ପ୍ରଧାନ ସେବକଙ୍କ ନିରବତା ଓ ଅସହାୟତା ହିଂସାକୁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବଢାଇବା ପାଇଁ ଘିଅ ଢାଳିବା ପରି କାମ କରୁଛି। ତେବେ ବର୍ତ୍ତମାନ ମଣିପୁରର ବିଷ୍ଣୁପୁରର ମୋଇରଙ୍ଗ ଲାମଖାଇ ଚେକ୍‌ପୋଷ୍ଟରେ ମୁତୟନ କରାଯାଇଥିବା ଆସାମ ରାଇଫଲ କର୍ମଚାରୀଙ୍କୁ ସେଠାରୁ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ ସେହି ସ୍ଥାନରେ ସିଆରପିଏଫ୍‌ ଏବଂ ରାଜ୍ୟ ପୋଲିସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ସୀମାରେ ଜିଲାର ଅନେକ ମହିଳା ଦଳ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର ଦାବିରେ ବିରୋଧ ପ୍ରଦର୍ଶନ କରିଥିଲେ।

Share