Categories: ଜାତୀୟ

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୪ ମୃତ, ୨୭ ଗୁରୁତର

ଗୁଆହାଟୀ,୩।୧: ବୁଧବାର ଆସାମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍‌ ଡେରାଗାଓଁରେ ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିସହ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।

ପୋଲିସ କହିଛି , ବସ୍‌ରେ ବସିଥିବା ଲୋକମାନେ ଆଠଖେଲିଆରୁ ବାଲିଜାନ ଅଭିମୁଖେ ପିକନିକ ଭୋଜି ପାଇଁ ଯାଉଥିବା ବେଳେ ବାଟରେ ଏକ କୋଇଲା ବୋଝେଇ ଟ୍ରକ୍‌ ସହିତ ବସ୍‌  ଧକ୍କା ହୋଇଛି।

Share